କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀକ୍ଷେତ୍ର ର ଏକ ଅନନ୍ୟ ପରଂପରା ହେଉଛି ଶ୍ରୀ ଦୂର୍ଗାମାଧବ ଉପାସନା। ଶ୍ରୀ ଜଗନ୍ନାଥ ସ୍ବରୁପ ଶ୍ରୀ ମାଧବ ଓ ମା’ଦୂର୍ଗା ପତିପତ୍ନୀ ନୁହଁନ୍ତି, ମାତ୍ର ଶାରଦୀୟ ଦୂର୍ଗା ପୂଜା ଅବସରରେ ସେମାନେ ଗଇଣ୍ଠାଳ ପଡ଼ି ଏକତ୍ର ପୂଜିତ ହୁଅନ୍ତି। ଏହି ଅନନ୍ୟ ପରଂପରା ସଂପର୍କରେ ଅଧିକ ତଥ୍ୟ ଓ ତର୍କ ଏ’ପର୍ଯ୍ୟନ୍ତ ମିଳିନାହିଁ। ଷୋଳପୂଜା ର ପ୍ରଥମ ଆଠ ଦିନ ଶ୍ରୀ ଦୂର୍ଗାମାଧବ କ୍ଷେତ୍ରାଧୀଶ୍ବରୀ ମା’ବିମଳା ଙ୍କ ମନ୍ଦିର ର ଜଗମୋହନ ରେ ଓ ଶେଷ ଆଠ ଦିନ ଦୋଳମଣ୍ଡପ ସାହି ର ମା’ନାରାୟଣୀ ଙ୍କ ମନ୍ଦିର ରେ ପୂଜିତ ହୁଅନ୍ତି। ଏହାକୁ ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା କୁହାଯାଏ। ଅତି ପ୍ରାଚୀନ ମା’ନାରାୟଣୀ ଙ୍କ ମନ୍ଦିର ଟି ଏବେ ଅତ୍ୟନ୍ତ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ। ଛାତ ଯେ’କୌଣସି ସମୟରେ ଗଳିପଡିପାରେ, ସାହି ର ରାସ୍ତା ଉଚ୍ଚ ହୋଇଯିବା କାରଣରୁ ସାମାନ୍ୟ ବର୍ଷା ରେ ନାଳପାଣି ରେ ଠାକୁରାଣୀ ବୁଡିଯାଉଛନ୍ତି। ମନ୍ଦିର ର କୌଣସି ଆୟ ବ୍ୟବସ୍ଥା ନାହିଁ। ମାର୍ଫତଦାର ଥିବା ଦାଶ ପରିବାର ଙ୍କ ପକ୍ଷରୁ ମନ୍ଦିର ର ରକ୍ଷଣାବେକ୍ଷଣ ପାଇଁ କିଛିବର୍ଷ ପୂର୍ବେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଆବେଦନ କରାଯିବା ସହ ତତ୍କାଳୀନ କିଛି ପରିଚାଳନା ସମିତି ସଦସ୍ୟ ଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ ସାମାନ୍ୟ ମରାମତି ବ୍ୟତୀତ କିଛି ହେଲାନାହିଁ। ଶ୍ରୀ ଗୁଣ୍ଡିଚା ଯାତ୍ରା ଭଳି ଗୁପ୍ତଗୁଣ୍ଡିଚା ବା ଶାକ୍ତ ଗୁଣ୍ଡିଚାକୁ ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ବହୁ ବ୍ୟବସ୍ଥା, ବହୁ ପ୍ରଚାର। ମାତ୍ର ଶ୍ରୀକ୍ଷେତ୍ର ର ଏହି ଅନନ୍ୟ ପରଂପରା ପାଇଁ ? କିଛି ନାହିଁ |ଶ୍ରୀକ୍ଷେତ୍ର ର ଏହି ପ୍ରାଚୀନ ଐତିହ୍ୟସ୍ଥଳୀ ର ସୁରକ୍ଷା ଦିଗରେ ସମ୍ମାନାଷ୍ପଦ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବା ପାଇଁ ସାଧାରଣ ଲୋକ ଆଶା କରିଛନ୍ତି ।
Related Stories
November 22, 2024