ଗଞ୍ଜାମ/କବିସୂର୍ଯ୍ୟନଗର: ଦୁର୍ଘଟଣା ଗ୍ରସ୍ତ ମେସିନଟି ବିପଦଜନକ ଅବସ୍ଥାରୁ ଉଦ୍ଧାର ପାଈଁ ଲାଗିପଡ଼ିଥିଲେ ଲୋକେ. ଘଟଣା ସ୍ଥଳରେ ପୋଲିସ ପହଂଚି ପାରିନି କି କୌଣସି ମାମଲା ହୋଇନଥିବା ଜଣାଯାଇଛି. । ଏଠାରେ ପ୍ରଶ୍ନ ଉଠିଛି ଦୁର୍ଘଟଣାଗ୍ରସ୍ତ ଗାଡି,କୁ ପୋଲିସ ଜାଣିପାରିଲାଣି କିପରି? ଓ ବେଆଇନ କମ୍ପ୍ରସର ମେସିନ କୁ ତହସିଲଦାର ଜବତ କରିପାରିଲେନି କାହିଁକି? ସୂଚନା ଥାଉ କି କବିସୂର୍ଯ୍ୟନଗର ତହସିଲ ଅଂଚଳରେ ଦୈନିକ ବେଆଇନ କମ୍ପ୍ରସର ରେ ମନୁଷ୍ୟକୃତ ଭୂମିକମ୍ପ କରାଯାଉଛି, ଯାହାଫଳରେ ବହୁ ଘର ଅଫିସ ରେ ଫାଟ ସୃଷ୍ଟି ହେଲାଣି, ପୂର୍ବରୁ ବହୁବାର ତହସିଲ ଓ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ମେସିନର ସନ୍ଧାନ ପାଇପାରୁନଥିବା କୁହାଯାଉଥିଲା କିନ୍ତୁ ଆଜି ମୁଖ୍ୟ ରାସ୍ତା ପାର୍ଶ୍ୱରେ ବେଆଇନ କଂପରସର ମେସିନ ଟି ଥାନା ଓ ତହସିଲ ଅଫିସ ଠାରୁ ମାତ୍ର ୮ଶହ ମିଟର ଦୂରରେ ଦୁର୍ଘଟଣା ହେବା ପରେ କୌଣସି ମାମଲା କରାଗଲା ନାହିଁ କିପରି, ମାଲିକ ପ୍ରତି ଅନୁକମ୍ପା ପ୍ରଦର୍ଶନ କୁ ନେଇ ସନ୍ଦେହ ଦେଖା ଦେଇଛି, ଏବଂ ଗାଡି ର କାଗଜପତ୍ର ଯାଞ୍ଚ କରିବା ସହ ମେସିନ ଜବତ ପାଇଁ ଦାବୀ ହେଉଛି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Related Stories
November 23, 2024