ସାନଖେମୁଣ୍ଡି : ଖଲିଙ୍ଗୀ(ବାସୁଦେବପୁର) ସ୍ଥିତ ମା ସରସ୍ଵତୀ ଶିଶୁ ମନ୍ଦିରର ବିଂଶତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଅଛି। ପୂର୍ବ ପ୍ରସ୍ତୁତି ସହ ଅୟୋଜିତ ଏହି ସୁସଙ୍ଗଠିତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ ବ୍ୟକ୍ତିତ୍ବଙ୍କ ଉପସ୍ଥିତ ତଥା ଅଭିଭାବକ ବୁଦ୍ଧିଜୀବୀଙ୍କ ସମାବେଶ କାର୍ଯ୍ୟକ୍ରମକୁ ରୁଦ୍ଧିମନ୍ତ କରିଥିବା ଲକ୍ଷ କରାଯାଇଅଛି। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ତପନ କୁମାର ରଥଙ୍କ ତତ୍ୱାବଧନରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଡିଓ ଗାୟତ୍ରୀ ଦତ୍ତ ନାୟକ ଅଂଶ ଗ୍ରହଣ କରିଥିବା ବେଳେ ମୁଖ୍ୟ ଆକର୍ଷଣ ଭାବେ ମୁଖ୍ୟ ବକ୍ତା ଡ଼ଃ. ହୃଷିକେଶ ପାଣିଗ୍ରାହୀ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରରୁ ମନୋଜ କୁମାର ସାମଲ, ଇ. ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରମୁଖ ନିଜନିଜ ଓଜସ୍ୱିନୀ ଚିତାକର୍ଷକ ଶିଶୁସୁଲଭ ବକ୍ତବ୍ୟରେ ଶିଶୁ ମନ୍ଦିର ଶିକ୍ଷାର୍ଥୀଙ୍କ ମନରେ ଏକାଗ୍ରତା, ଦେଶପ୍ରେମର ଭାବ ଭଦ୍ରେକ ପାଇଁ ପ୍ରଚେଷ୍ଟା କରିଥିଲେ। ସମ୍ପାଦକ ଶ୍ରୀ ବୁଟୁ ପାଢ଼ୀ ବାର୍ଷିକ ବିବରଣୀ ପଠନ କରିବା ସହ ଅନୁଷ୍ଠାନର ଗୁରୁଜୀ ଓ ଗୁରୁମା ମଣ୍ଡଳୀଙ୍କ ଦ୍ଵାରା ଅନୁପ୍ରାଣିତ ଶିକ୍ଷାର୍ଥୀ ନିଜନିଜ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମରେ ଭାଗ ନେଇ ଆବୃତ ହୋଇଥିଲେ। ମୁଖ୍ୟ ଅତିଥି ତଥା ଅତିଥି ବୃନ୍ଦଙ୍କ ଦ୍ୱାରା କ୍ରୀଡା ପ୍ରତିଯୋଗିତାରେ ଶ୍ରେଷ୍ଠତ୍ଵ ବଜାୟ ରଖିଥିବା ପ୍ରତିଯୋଗୀଙ୍କୁ ମାନପତ୍ର ଓ ସିଲ ଦ୍ୱାରା ପୁରସ୍କୃତ କରାଯିବା ସହ ଆସନ୍ତା ସମୟ ପାଇଁ ହିତ ପାଇଁ ଦୃଢ଼ ପ୍ରତିଜ୍ଞ ଭାବେ କାର୍ଯ୍ୟ କରିବାକୁ ଉପସ୍ଥିତ ଅତିଥିଙ୍କୁ ଦ୍ୱାରା ଅନୁପ୍ରାଣିତ କରାଯାଇଥିଲା। ଅନୁଷ୍ଠାନ ପରିଚାଳନା କମିଟି ଶ୍ରୀ ଗଣେଷ ରାଉତ, କୋଷଧକ୍ଷ ରାଜେନ୍ଦ୍ର ପ୍ରଧାନ ଅନୁଷ୍ଠାନର କାର୍ଯ୍ୟବଳୀକୁ ନେଇ ଅତିଥିଙ୍କୁ ଧନ୍ୟବାଦ ଦେବା ସହ ଅନୁଷ୍ଠାନର ଶୁଭକାମନା କରିଥିଲେ। ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସ୍ବାଇଁ, ଉପଦେଷ୍ଟା ଶ୍ରୀ ସହଦେଵ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମର ରୂପରେଖ ଚୂଡାନ୍ତ କରିଥିବା ବେଳେ ଶିଶୁମନ୍ଦିରର ଗୁରୁଜୀ, ଗୁରୁମା, କର୍ମଚାରୀ ଭାଇଭଉଣୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।