ଭୁବନେଶ୍ୱର, ଓଡିଶାରେ ଅଫିସର ରାଜ ଚାଲିଛି । ଲୋକ ଙ୍କ ଅଭିଯୋଗ ଶୁଣିଲେ ବି ମନ୍ତ୍ରୀ କିଛି କାର୍ଯ୍ୟ କରିପାରିବେ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।
ସେ କହିଛନ୍ତି ଯେ ଅଫିସର ମନ୍ତ୍ରୀ ଙ୍କ କଥା ଶୁଣିବେ ନାହିଁ. । 5ଟି ସଚିବ ଗଲେ ତାଙ୍କ ସବୁ କଥା ସମସ୍ତେ ଶୁଣୁଛନ୍ତି । ତେଣୁ ମନ୍ତ୍ରୀ ଙ୍କ କଥା ପଚାରେ କିଏ । ଯେଉଁଠି ମନ୍ତ୍ରୀ ବିଧାୟକ ସଚିବ ଙ୍କ ତମ୍ବୁ ଟାଣିବେ,ଚେୟାର ବୋହିବେ, ପିଅନ ଭଳି କାମ କରିବେ ଚାକର ର ଚାକର ହେବେ ତାଙ୍କୁ କିଏ ଶୁଣିବ ବୋଲି କହିଛନ୍ତି ଶ୍ରୀ ମିଶ୍ର ।