ରାୟପୁର,କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଛତିଶଗଡ଼ ଗସ୍ତର ଆଜି ଦ୍ଵିତୀୟ ଦିନରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଅଡିଟୋରିୟମ୍ ରେ ଛତିଶଗଡ଼ର କଂଗ୍ରେସ ସରକାର ବିରୋଧରେ ଜନତାଙ୍କ ପକ୍ଷରୁ ଅଭିଯୋଗ ପତ୍ର ପ୍ରସ୍ତୁତ କରିଛନ୍ତି ଶାହ ।
ଏଠାରେ ଉଲ୍ଲେଖଯୋଗ୍ୟ, ଭାଜପା ୧୦୪ ପୃଷ୍ଠାର ଏହି ଅଭିଯୋଗ ପତ୍ର ଜାରୀ କରିଛି । ଯେଉଁଥିରେ କି, ଅଟଳ ବିହାରୀ ବାଜପାୟୀଙ୍କ ବାର୍ତାକୁ ମଧ୍ୟ ସାମିଲ୍ କରାଯାଇଛି । ଏହା ବ୍ୟତୀତ କଂଗ୍ରେସର ଘୋଷଣା ପତ୍ରର କେତେକ ପଏଂଟ ର ଖୁଲାସା କରିଛି ବିଜେପି । ଏଥି ସହିତ କଂଗ୍ରେସର କେତେକ ପ୍ରମୁଖ ଯୋଜନା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି ।
ଏହି ଅବସରରେ ଶ୍ରୀ ଶାହ କହିଥିଲେ ଯେ, ଆଗକୁ ଆସୁଥିବା ନିର୍ବାଚନ ଛତିଶଗଡ଼ର ସୁନେଲି ଭବିଷ୍ୟତର ନିର୍ବାଚନ । ଜନସାଧାରଣ ସ୍ଥିର କରିବେ ତାଙ୍କୁ ହଜାର କୋଟିର ଦୁର୍ନୀତି କରିଥିବା କଂଗ୍ରେସ ସରକାର ଦରକାର ନା ବିକାଶର ମାର୍ଗ ପ୍ରଶସ୍ତ କରୁଥିବା ଭାଜପା ସରକାର ଦରକାର।