ମାଲକାନଗିରି, ମାଲକାନଗିରି ବିଜୁ ଜନତା ଦଳ ପୂର୍ବତନ ଜ଼ିଲ୍ଲା ସଭାପତି ମେହେଙ୍ଗା ସିଂ ଙ୍କ ଗତକାଲି ଭୋର୍ ୪ଟା ୩୦ ମିନିଟରେ ଦେହାନ୍ତ ହୋଇଥିଲା। ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ଚିତ୍ରକୋଣ୍ଡା ପୂର୍ଣ୍ଣ ଚନ୍ଦ୍ର ବାକା, ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡକାମି, ପୂର୍ବତନ ସାଂସଦ କୋରାପୁଟ ଜୟରାମ ପାଙ୍ଗି, ମାଲକାନଗିରି ପୌରାଧ୍ୟକ୍ଷ ମନୋଜ କୁମାର ବାରିକ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା, ପ୍ରଭାକର ପ୍ରଧାନଙ୍କ ସହ ମାଲକାନଗିରି ଜିଲ୍ଲାର ବିଜୁ ଜନତା ଦଳର ଶତାଧିକ ପଦଧିକାରୀଙ୍କ ଠାରୁ ଆରମ୍ଭ କରି କର୍ମକର୍ତ୍ତା ତାଙ୍କ ଶେଷକୃତ୍ୟରେ ଯୋଗଦେଇ ଅନ୍ତିମ ଯାତ୍ରାରେ ମେହେଙ୍ଗା ସିଂ ଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଜିଲ୍ଲାର କଂଗ୍ରେସ ଏବଂ ବିଜେପିର ମଧ୍ୟ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ। ହଜାର ହଜାର ଲୋକଙ୍କ ସମାଗମରେ ମର ଶରୀରକୁ ସହର ସାରା ପରିକ୍ରମା କରାଇ ଶେଷରେ ଶ୍ମଶାନକୁ ନିଆଯାଇଥିଲା।
ଏହି ଅବସରରେ ତାଙ୍କର ତିନି ପୁଅ, ନାତି, ନାତୁଣୀଙ୍କ ସମେତ ବନ୍ଧୁ ପରିବାର ବର୍ଗ ଉପସ୍ଥିତ ରହିଥିଲେ।