ଥିରୁଅନନ୍ତପୁରମ୍ – ପ୍ରି ୱେଡିଂ ଫଟୋସୁଟ୍ ବେଳେ ଏକ କପଲ୍ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଓ ଏନଆରସିକୁ ବିରୋଧ କରୁଥିବାର ନଜର ଆସିଛନ୍ତି । ଏହି ଫଟୋ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି କପଲ୍ ଦୁଇ ଜଣ ହେଲେ କେରଳ ଥିରୁଅନନ୍ତପୁରମ୍ ର ଅରୁଣ ଗୋପୀ ଓ ଆଶା ଶେଖର । ଫାଷ୍ଟ ଲୁକ୍ ଫଟୋଗ୍ରାଫି ସେମାନଙ୍କର ପ୍ରି ୱେଡିଂ ସୁଟ୍ କରି ନିଜ ଫେସବୁକ୍ ପେଜ୍ ରେସେଗୁଡିକୁ ସେୟାର କରିବା ପରେ ସେଗୁଡିକ ଭାହଇରାଲ ହୋଇଛି ।
ଆଶା ଓ ଗୋପୀଙ୍କ ବିବାହ ଆସନ୍ତିା ୩୧ ଜାନୁଆରୀରେ ହେବାକୁ ଯାଉଛି । ଏହା ପୂର୍ବରୁ ସେମାନେ ବିବାହ ପୂର୍ବବର୍ତୀ ଫଟୋ ସୁଟ୍ କରି ସିଏଏ ଓ ଏନଆରସିକୁ ବିରୋଧ କରି ଫଟୋ ଉଠାଇଥିଲେ । ଫଟୋରେ ସେମାନେ ଧରିଥିବା ପ୍ଲାକାର୍ଡରେ ‘ନୋ ସିଏଏ’ ଓ ‘ନୋ ଏନଆରସି’ ଲେଖାଯାଇଥିଲା । ଉକ୍ତ ଫଟୋରେ ସେମାନେ କ୍ୟାପ୍ସନ୍ ଦେଇ ଲେଖିଛନ୍ତି ଯେ ଆମେ ଏକାଠି ଅଛୁ ,ତେଣୁ ଦେଶକୁ ମଧ୍ୟ ଏକାଠି ରହିବା ଉଚିତ୍ ।
ସୂଚନାଯୋଗ୍ୟ ଯେ ସିଟିଜେନସିପ୍ ଆମେଣ୍ଡମେଂଟ ଆକ୍ଟ ବା ସିଏଏରେ ଅନ୍ୟ ରାଷ୍ଟ୍ରରୁ ଭାରତ ଆସିଥିବା ହିନ୍ଦୁ, ଶିଖ୍ , ଜୈନ ଓ ବୌଦ୍ଧ ଧର୍ମର ଲୋକମାନଙ୍କୁ ନାଗରିକତା ପ୍ରଦାନ କରିବାର ପ୍ରାବଧାନ ରହିଛି । ସେହିପରି ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନସିପ୍ ବା ଏନଆରସି ରେ ଭାରତର ବୈଧ ନାଗରିକ ମାନଙ୍କ ତାଲିକା ପ୍ରକାଶ କରାଯିବା ନେଇ ନିଷ୍ପତି ହୋଇଛି । ତେବେ ଦେଶର କେତେକ ସ୍ଥାନରେ ଏହାକୁ ବିରୋଧ କରି ଆନେ୍ଦାଳନ କରାଯିବା ସହ ବିଭିନ୍ନ ସମୟରେ ହିଂସାତ୍ମକ ପ୍ରଦର୍ଶନ କରାଯାଉଛି ।