ନୂଆଦିଲ୍ଲୀ, ଦିଲ୍ଲୀ ମେଟ୍ରୋରେ ଦୈନିକ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏକ ଏକ୍ସ ପୋଷ୍ଟରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି ଯେ, ଦିଲ୍ଲୀ ମେଟ୍ରୋରେ ଦୈନିକ ଯାତ୍ରୀଙ୍କ ଯାତ୍ରା ପୂର୍ବ-କୋଭିଡ୍ ସ୍ତରକୁ ଅତିକ୍ରମ କରି ସର୍ବୋଚ୍ଚ ସ୍ତରକୁ ଯାଇଛି । ୨୦୨୦ ଫେବୃଆରୀରେ ଦିଲ୍ଲୀ ମେଟ୍ରୋରେ ଦୈନିକ ଯାତ୍ରୀ ୬୬,୧୮,୭୧୭ ଥିଲାବେଳେ ୨୦୨୩ ଅଗଷ୍ଟ ୨୮ରେ ଏହା ୬୮,୧୬,୨୫୨କୁ ବୃଦ୍ଧି ପାଇଛି ।
ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି:
‘ଚମତ୍କାର ଖବର । ଆମ ସହର କେନ୍ଦ୍ରରେ ଆଧୁନିକ ଏବଂ ଆରାମଦାୟକ ସାର୍ବଜନିନ ପରିବହନ ହେଉ ବୋଲି ସୁନିଶ୍ଚିତ କରିବାକୁ ଆମ ସରକାର କାମ ଜାରି ରଖିବ ।’