କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ବୁଧବାର ପବିତ୍ର ରକ୍ଷାବନ୍ଧନ ପର୍ବ ଉପଲକ୍ଷେ ଅଗ୍ରଣୀ ଅନୁଷ୍ଠାନ “ଆପଣଙ୍କ ସେବାରେ ” ତରଫରୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସ୍ଥାନୀୟ ସ୍ୱର୍ଗଦ୍ୱାର ନିକଟ ବେଦଭବନ ସଦଭାବନା ଗୃହ ରେ ପାଳିତ ହୋଇଯାଇଅଛି l କାର୍ଯ୍ୟକ୍ରମ ପ୍ରାରମ୍ଭରେ ବେଦଧ୍ୱନିସହ ଅତିଥି ମାନଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ଙ୍କୁ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ଅନୁଷ୍ଠାନ ର ଅନ୍ୟତମ ପ୍ରମୁଖ ବିଭାଗ “ମାଳତୀ ଦେବୀ ଚୌଧୁରୀ ନାରୀସମ୍ମାନ ପ୍ରକଳ୍ପ “ର ପ୍ରମୁଖ ଶ୍ରୀମତୀ ଅନୁପମା କର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଅନୁଷ୍ଠାନ ର ରାଜ୍ୟ ସଭାପତି ଶ୍ରୀ ଜିତେନ୍ଦ୍ର ମହାପାତ୍ର ଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲାl ଏହି ସଭାରେ ଅତିଥି ଭାବେ ଜଗlଚାକର ସଂଘ ର ସଭାପତି ଶ୍ରୀଯୁକ୍ତ ସଦାନନ୍ଦ ସାହୁ, ସମ୍ପାଦକ ଶ୍ରୀଯୁକ୍ତ ମନୋଜ ମହାପାତ୍ର, ବେଦଭବନ ନ୍ୟାସ ର ପ୍ରାଧ୍ୟାପକ ଶ୍ରୀଯୁକ୍ତ ଅରୁଣ ମିଶ୍ର, ଆପଣଙ୍କ ସେବାରେ ଅନୁଷ୍ଠାନ ର ବରିଷ୍ଠ ମାର୍ଗଦର୍ଶକ ଶ୍ରୀଯୁକ୍ତ ସୁଦର୍ଶନ ସାହୁ,ଶ୍ରୀଯୁକ୍ତ ମନୋଜ ରଥ, ମହାସଚିବ ଚିତ୍ତରଞ୍ଜନ ବିଶ୍ୱାଳ, ପ୍ରମୁଖ ରକ୍ଷାବନ୍ଧନ ପର୍ବ ର ଉଦେଶ୍ୟ ଓ ମହନୀୟତା ସମ୍ବନ୍ଧରେ ଆଲୋକପାତ କରିଥିଲେ l ରଥଯାତ୍ରା ସେବାରେ ସହଯୋଗ ର ହାତ ବଢ଼ାଇଥିବା ଜଗଚାକର ସଂଘ, ଅଗ୍ରଣୀ ଓଡ଼ିଆ ପ୍ରତିଷ୍ଠାନ, ଅନ୍ୟ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନ ର ସକ୍ରିୟ ସେବିକା /ସେବକ ମାନଙ୍କୁ ଏହି ଉତ୍ସବ ରେ ସମ୍ବର୍ଦ୍ଧିତ କରାଯାଇଥିଲା l ଉତ୍ସବ ରେ ଭୁବନେଶ୍ୱର ଶାଖାର ସଂଯୋଜକ ଶ୍ରୀ ଭାସ୍କର ନାୟକ ଯୋଗଦେଇଥିଲେ l ଅନୁଷ୍ଠାନ ର ଅନ୍ୟତମ ବରିଷ୍ଠ ମାର୍ଗଦର୍ଶିକା ସୁଶ୍ରୀ ପୁଷ୍ପିତା ପଟ୍ଟନାୟକ ରାକ୍ଷୀ ଉତ୍ସବ ଉପରେ କବିତା ଆବୃତ୍ତି କରିଥିଲେ l ଅନୁଷ୍ଠାନ ର ଭଉଣୀ ମାନେ ଚନ୍ଦନ ସିନ୍ଦୁର ଟୀକା ପ୍ରଦାନ ପୂର୍ବକ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧି ଥିଲେ lଅନୁଷ୍ଠାନ ର ରାଜ୍ୟ ଉପଭାପତି ଶ୍ରୀ ବିଜୟ କୃଷ୍ଣ ବ୍ରହ୍ମl ଧନ୍ୟବାଦ ଅର୍ପଣ କରିଥିଲେ l ରାଜ୍ୟ ମୁଖପାତ୍ର ଓ ଗଣମାଧ୍ୟମ ପ୍ରଭାରୀ ଶ୍ରୀ ଜଗଦୀଶ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ଶେଷଭାଗରେ ପ୍ରସାଦ ସେବନ ଓ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା l ଶ୍ରୀ ରଞ୍ଜେଷ ସାହୁ, ବିରଞ୍ଚି ମିଶ୍ର, କୃଷ୍ଣ ଚନ୍ଦ୍ର ମିଶ୍ର, ସୁଲେଖା ମିଶ୍ର, ଦେବେନ୍ଦ୍ର ମହାରଣା,ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
Related Stories
November 23, 2024