କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ସହରର ଅଗ୍ରଣୀ ବୌଦ୍ଧିକ ଅନୁଷ୍ଠାନ ବୋଧିଚକ୍ର ଆନୁକୁଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ସନ୍ଧ୍ୟାରେ ଆଷାଢ଼ ପୂର୍ଣ୍ଣିମା ଅବସରରେ ମାସିକ ପାଠଚକ୍ର ସମ୍ପନ୍ନ ହୋଇଯାଇଛି।
ଏଥିରେ ଅନୁଷ୍ଠାନର ସଭାପତି ଇଂ ଗିରିଜା ଶଙ୍କର ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ବୁଦ୍ଧଙ୍କ ପ୍ରତିମା ସମ୍ମୁଖରେ ଦୀପଧୂପାଦି ନୈବେଦ୍ୟ ଅର୍ପଣ ପୂର୍ବକ ବିପାସନା ପଦ୍ଧତିରେ ସମବେତ ବୁଦ୍ଧପ୍ରେମୀମାନେ ସମୂହ ଧ୍ୟାନ କରିଥିଲେ। ଉକ୍ତ ସମାରୋହରେ ଅନୁଷ୍ଠାନର ଉପସଭାପତି ଡ଼ଃ ବଳରାମ ଦାଶ ସ୍ବାଗତ ସମ୍ଭାଷଣ ମାଧ୍ୟମରେ ଆଷାଢ଼ ପୂର୍ଣ୍ଣିମାର ମାହାତ୍ମ୍ୟ ସଂପର୍କରେ ସବିସୃତ ଆଲୋକପାତ କରିଥିଲେ। ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ଧର୍ମପଦର ସହ
ସହସ୍ରବର୍ଗ ଗାଥାଗୁଡ଼ିକ ଆବୃତ୍ତି କରି ତାହାର ବିଶଦ୍ ବ୍ୟାଖ୍ୟା କରିଥିଲେ। ମୁଖ୍ୟ ଅତିଥି ଡ଼ଃ ସରୋଜ କୁମାର ହାତୀ ‘ବୌଦ୍ଧ ଦର୍ଶନରେ ଗୀତା ଚେତନା’ ଶୀର୍ଷକ ଆଲୋଚନାରେ ଭାଗ ନେଇ କହିଲେ ଯେ ଗୀତା ର କର୍ମବାଦ ଆଧାରିତ ଶିଳଯୁକ୍ତ ଜୀବନଯାପନ କଲେ ମନୁଷ୍ୟ ଶାନ୍ତି ଲାଭ କରିପାରେ।ଅନ୍ୟମାନଙ୍କ ମଧ୍ୟରେ ଡ଼ଃ ପ୍ରମୋଦ କୁମାର ପଣ୍ଡା,ବିଭୂତି ଭୂଷଣ କର, ବାସୁଦେବ ସାହୁ,ସମାଜସେବୀ ପୁଷ୍ପା ପାତ୍ର,ପ୍ରଭାସ ଚନ୍ଦ୍ର ମିଶ୍ର,ସତ୍ୟ ନାରାୟଣ ମିଶ୍ର,ଏମ୍. କୋଟେଶଚନ୍ଦ୍ର ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି କହିଲେ ଯେ ଧର୍ମପଦ ଓ ଶ୍ରୀମଦଭାଗବଦ୍ ଗୀତା ଭାରତୀୟ ଆଧ୍ୟାମ୍ମ୍ମିକତାର ବାଣୀ ପ୍ରସାର କରି ସମସ୍ତଙ୍କୁ ସାମ୍ୟ ଓ ମୈତ୍ରୀ ଚେତନା ରେ ଅନୁପ୍ରାଣିତ କରାଇଥାଏ । ପରିଶେଷରେ ସମାଜସେବୀ ଉମେଶ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦାର୍ପଣ କରିଥିଲେ।
Related Stories
November 23, 2024