ପୁରୀ,ପୂର୍ବାହ୍ନ ରେ ପବିତ୍ର ବଳଭଦ୍ର ଜନ୍ମ ଓ ଗହ୍ମା ପୂର୍ଣ୍ଣିମା ଉପଲକ୍ଷେ ସ୍ଥାନୀୟ ବାଘ ଆଖଡ଼ା ମଠ ସ୍ଥିତ ଜଗନ୍ନାଥ ଗୋ ସେବା ସଂସ୍ଥାନମ୍ ଠାରେ ଅନୁଷ୍ଠାନର ସଦସ୍ୟମାନେ ଏକାଠି ହୋଇ ଗୋ ସେବା କରିବା ସହ ସେମାନଙ୍କୁ ରାକ୍ଷୀ ପିନ୍ଧାଇ ଓ ପିଠା ଖୁଆଇଥିଲେ।
ଅପରାହ୍ନ ଚାରି ଘଟିକା ସମୟରେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ଅଫିସ ନିକଟସ୍ଥ ତୁଳସୀ ବଗିଚା ଠାରେ ଥିବା ବୃକ୍ଷ ଦେବତାଙ୍କୁ ରକ୍ଷା ସୂତ୍ରରେ ବନ୍ଧି ରକ୍ଷାବନ୍ଧନ ପାଳନ କରିଥିଲେ।
ତତସହିତ ଅନୁଷ୍ଠାନ ର ସଦସ୍ୟ ମାନେ ପରସ୍ପରକୁ ରାକ୍ଷୀ ପିନ୍ଧାଇ ଥିଲେ।
ଆଜିର ବ୍ୟସ୍ତ ବହୁଳ ଦିନର ଅନ୍ତିମ ଓ ସବୁଠାରୁ ବିଶେଷ କାର୍ଯ୍ୟକ୍ରମ ଥିଲା ସନ୍ଧ୍ୟା ରେ ବାଲି ଗୁଆଳି ସ୍ଥିତ ଆଦ୍ରୁତା ଚାଇଲ୍ଡ ହୋମ ରେ ପାଳନ କରାଯାଇଥିବା ସାମୁହିକ ଜନ୍ମଦିନ ପାଳନ। ଅନୁଷ୍ଠାନ ର ସଦସ୍ୟ ମାନେ ସେଠାରେ ଥିବା ଛୋଟ ଛୋଟ ପିଲାମାନଙ୍କ ସହ କେକ୍ କାଟି ଜନ୍ମଦିନ ପାଳନ ଉତ୍ସବ ରେ ସାମିଲ କରିଥିଲେ। ଏହି ଉପଲକ୍ଷେ ସେଠାରେ ପିଲାମାନଙ୍କୁ ନୂତନ ପୋଷାକ ବଣ୍ଟନ କରାଯାଇଥିଲା।
ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ଶ୍ରୀ ବ୍ରଜବନ୍ଧୁ ମହାରଣା ଓ ସମ୍ପାଦକ ଶ୍ରୀ ଚନ୍ଦ୍ରଶେଖର ମିଶ୍ର ଙ୍କ ତତ୍ତ୍ୱାବଧାନରେ ଦିପକ,ହିତେଶ, ଦୁଷ୍ମନ୍ତ, ଗୌରୀ,ବିକାଶ, ଦିପୁ,କାହ୍ନୁ,ମହାରଥୀ, ବିଶ୍ଵଶାନ୍ତି, ନିହାରିକା ,ସୂର୍ଯ୍ୟ, ନିକି,ସତ୍ୟକାମ,ନୀଳାଦ୍ରି, ସ୍ଵାଧୀନ, ଜୟନ୍ତ,ତନ୍ମୟ ଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା।