
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ପବିତ୍ର ରାକ୍ଷୀ ପୂର୍ଣ୍ଣମୀ ଅବସରରେ ଦି ବେଲ୍ ଓମେନ୍ସ କ୍ଲବ ତରଫରୁ ପୁରୀ ସର୍ବୋଦୟ ନଗର ଠାରେ ଥିବା ନିରାଶ୍ରୟଙ୍କ ଆଶ୍ରୟ ସ୍ଥଳି “ଆଶ୍ରୟ “ଠାରେ ପବିତ୍ର ରାକ୍ଷୀ ପୂର୍ଣିମା ଅବସରରେ ଯାହାର କେହି ନାହିଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ସେଠାରେ ଥିବା ପ୍ରତ୍ୟେକ ଅନ୍ତେବାସୀ ମାନଙ୍କୁ ଓମେନ୍ସ୍ନ କ୍ଲବ ମହିଳା ମାନେ ବନ୍ଦାପନା କରି ରାକ୍ଷୀ ବାନ୍ଧିବା ସହିତ ମିଷ୍ଠାନ୍ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମ ସେଠାରେ ଭାବବିହୋଳ ପରିବେଶ ସୃଷ୍ଟି କରିଥିବା ବେଳେ ଉପସ୍ଥିତ ଅନ୍ତେବାସୀ ମାନେ କିଛି ମୁହୂର୍ତ୍ତ ପାଇଁ ଘରୋଇ ପରିବେଶରେ ପରିବାର ସହିତ କଟାଇବା ଭଳି ମନେ କରିଥିଲେ ବୋଲି ଭାବ ବିନିମୟ କରି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବନିତା ଦୀକ୍ଷିତ ସଂଯୋଜନା କରିଥିବା ବେଳେ ଶୁଭଲକ୍ଷ୍ମୀ, କେ.ସୁଭାଷିନୀ,ଶାନ୍ତିଲତା ପ୍ରଧାନ,ବିନୋଦିନୀ ଜ୍ଞାନସିଂ,ଶୁଭ୍ରାଂଶୁ ବାଳା ଦାସ, ସାଗରିକା ବେହେରା,ପାର୍ବତୀ ରାଭା ,ବନିତା ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ |