ପୁରୀ, ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସଂସଦର ୩୧ତମ ସ୍ୱନକ୍ଷତ୍ର ଦିବସ ଅବସରରେ ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି । ବଡଦାଣ୍ଡ ସ୍ଥିତ ହୋଟେଲ ନାୟକ ପ୍ଲାଜା ସମ୍ମିଳନୀ କକ୍ଷରେ ସଂସଦର ସଭାପତି ପ୍ରାଣକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ରବୀନ୍ଦ୍ରନାଥ ମାଝୀ,ଗବେଷକ ଡ.ଲକ୍ଷ୍ମୀକାନ୍ତ ଖୁଂଟିଆ, ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ,ଡାକ୍ତର ଦିଲ୍ଲୀପ କୁମାର ବେହେରା,ସ୍ତମ୍ଭକାର ଗୌରାଙ୍ଗ ଚରଣ ପରିଡା, ଶିଳ୍ପୋଦ୍ୟୋଗୀ ଗିରିଶ ଚନ୍ଦ୍ର ନାୟକ ମଂଚାସୀନ ଥିଲେ । ସଂସଦର କାର୍ଯ୍ୟକାରୀ ସଭାପତି ବୀରେନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାରସ୍ୱତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂପାଦକ ମହେନ୍ଦ୍ର ବିଶୋଇ ଉତ୍ସବର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଉପସଭାପତି ରମେଶ ଚନ୍ଦ୍ର ଦାଶ । ଏହି ଅବସରରେ ଉପସ୍ଥିତ ସମସ୍ତ ସାରସ୍ୱତ ସାଧକଙ୍କ ହାତରେ ରାକ୍ଷୀ ବନ୍ଧାଯାଇ ମଙ୍ଗଳ କାମନା କରାଯିବା ସହ ଶିଶୁ କବିତା ପାଠ କରାଯାଇଥିଲା ।
ଅତିଥିମାନେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କାଳଜୟୀ ସାହିତ୍ୟ କୃତି ଉପରେ ଆଲୋଚନା କରି ଏହା ଓଡିଆ ସାହିତ୍ୟ ଜଗତକୁ ଅଧିକରୁ ଅଧିକ ରୁଦ୍ଧିମନ୍ତ କରିବା ସହିତ ସାମ୍ପ୍ରତିକ ସମାଜରେ ଗଙ୍ଗାଧର ସାହିତ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ.ହେମନ୍ତ କୁମାର ଛୋଟରାୟ,ପ୍ରଭାତ ଚନ୍ଦ୍ର ରଥ,ସତ୍ୟ ନାରାୟଣ ମିଶ୍ର,ଶ୍ୟାମ ପ୍ରକାଶ ସେନାପତି, ଲକ୍ଷ୍ମୀକାନ୍ତ ଦଳାଇ,ଅନ୍ନପୂର୍ଣ୍ଣା ଦେବୀ,କ୍ରୀଷ୍ଣା ମହାପାତ୍ର,ଦୁର୍ଗାବତୀ ପ୍ରଧାନ,ମିନତୀ ପଟ୍ଟନାୟକ,କବିତା ମିଶ୍ର,କାର୍ତିକ କୁମାର ଦାସ,ପ୍ରଶାନ୍ତ ମଙ୍ଗରାଜ,ପ୍ରତିମା ମିଶ୍ର,ଜ୍ୟୋତିପ୍ରକାଶ ମହାରଣା,ପର୍ଶୁରାମ ପାତ୍ର ପ୍ରମୂଖ ଗଙ୍ଗାଧର ମେହେରଙ୍କ ସାହିତ୍ୟ କୃତି ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ଲକ୍ଷ୍ମୀଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
Related Stories
November 22, 2024