-
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲ ମୋଡରେ କଲେ ଉଦଘାଟନ
-
ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଗ ଅଫ୍ କଲେ
ଭୁବନେଶ୍ୱର, କଳାହାଣ୍ଡିକୁ ବିମାନ ଉଡିଛି । ଭୁବନେଶ୍ୱର ବିମାନ ବନ୍ଦରରୁ କଳାହାଣ୍ଡିର ଉକେôଲାକୁ ବିମାନ ସେବା ଆରମ୍ଭ ହୋଇଛି । ଦିଲ୍ଲୀରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲ ମୋଡରେ ଏହାର ଉଦଘାଟନ କରିଥିଲେ । ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଗ ଅଫ୍ କରିଥିଲେ ।
ଭୁବନେଶ୍ୱରରୁ ଉତକେଲା ଅଭିମୁଖେ ଦିନ ୧୦ଟା ୫ ମିନିଟରେ ଉଡାଣ ଭରିଛି ଇଣ୍ଡିଆ ୱାନ ଏୟାରଲାଇନ୍ସର ୯ ସିଟ୍ ବିଶିଷ୍ଟ ବିମାନ ।
ପ୍ରଥମେ ସପ୍ତାହକୁ ଦୁଇ ଦିନ ମଙ୍ଗଳବାର ଓ ଗୁରବାର ଏହି ବିମାନସେବା ଉପଲବ୍ଧ ହେବ । ପରେ ସପ୍ତାହକୁ ସବୁଦିନ ବିମାନ ଉଡ଼ିବ । ଉଭୟ ଦିନ ସକାଳ ୭ଟା ୧୫ରେ ଭୁବନେଶ୍ୱରରୁ ଏହି ବିମାନ ଯାତ୍ରା ଆରମ୍ଭ କରିବ । ଏହା ୮ଟା ୨୫ରେ ଉକେôଲାରେ ପହଞ୍ଚିବ । ସେହିପରି ଉକେôଲାରୁ ସକାଳ ୮ଟା ୫୦ରେ ବାହାରି ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବ । ଏହି ବିମାନ ଚଳାଚଳ ଦ୍ୱାରା ମାତ୍ର ଘେଂଟ ଦଶ ମିନିଟରେ ଭୁବନେଶ୍ୱରରୁ କଳାହାଣ୍ଡି ପହଞ୍ଚି ହେବ । ଏଥିସହ ଖୁବଶୀଘ୍ର କଳାହାଣ୍ଡିରୁ ଖୁବ୍ ଶୀଘ୍ର ରାୟପୁରକୁ ବିମାନସେବା ଆରମ୍ଭ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।