ଭୁବନେଶ୍ୱର – ଆସନ୍ତା ୨୭ ତାରିଖରେ ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ସେହିଦିନ ସେ ବଲାଙ୍ଗିର ଠାରେ ୧୦୩ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ବଟଲିଂ ପ୍ଲାଂଟର ଲୋକାର୍ପଣ କରିବେ । ଏହି ପ୍ଲାଂଟର ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦନର କ୍ଷମତା ରହିଛି । ୧୯ ମାସ ମଧ୍ୟରେ ଏହି ପ୍ଲାଂଟ ନିର୍ମାଣ ହୋଇଛି । ଏହାଦ୍ୱାରା ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାର ଅଧିବାସୀ ବିଶେଷ ଭାବେ ଉପକୃତ ହେବେ । ଗ୍ୟାସ୍ ବିତରଣକୁ ସୁଗମ କରିବା ପାଇଁ ଏହି ପ୍ଲାଂଟ ସ୍ଥାପନ କରାଯାଇଛି । ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଡଃ. ଗଣେଶିଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଥାବରଚାନ୍ଦ ଗେହଲଟ ଯୋଗଦେବେ ବୋଲି ବିପିସିଏଲ୍ ର କର୍ତୃପକ୍ଷ ସୂଚନା ଦେଇଛନ୍ତି ।
Related Stories
November 23, 2024