ଧର୍ମଶାଳା, ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ୨ୟ ଥର ପାଇଁ ଯାଜପୁର ଜିଲା ଗ୍ରସ୍ତରେ ଆସିଛନ୍ତି । ଆଜି ସକାଳେ ହେଲିକ୍ୟାପଟରରେ ଆସି ବଡଚଣା ବ୍ଲକ ଚଣ୍ଡିଖୋଲ ଓ ପୂର୍ବାହ୍ନରେ ଧର୍ମଶାଳା ବ୍ଲକ ଜାରକା ମହୋତ୍ସବ ପଡିଆରେ ଆୟୋଜିତ ଜନଶୁଣାଣି ଅଭିଯୋଗ ଶିବରରେ ଯୋଗ ଦେଇଥିଲେ । ତାଙ୍କର ଏହି ବ୍ୟୟ ବହୁଳ ଗ୍ରସ୍ତକୁ ବଡଚଣା ଓ ଧର୍ମଶାଳାରେ ବିରୋଧ କରାଯାଇଛି । ଆଜି ସେ ଆସିବା ପୂର୍ବରୁ ବଡଚଣା ବ୍ଲକ ଛତିଆ ନିକଟରେ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା । ପରେ ଧର୍ମଶାଳା ଜାରକା ମହୋତ୍ସବ ପଡିଆରେ ଯୋଗ ଦେବା ଅବସରରେ ଧର୍ମଶାଳା କଂଗ୍ରେସ ନେତା କିଶାନ ପଣ୍ଡାଙ୍କ ନେତୃତ୍ୱରେ ଶହଶହ କଂଗ୍ରେସ କର୍ମୀ କଳା ପୋଷାକ ପିନ୍ଧି ଶାନ୍ତିବଜାର ସ୍ଥିତ ଗୋପବନ୍ଧୁ ଛକରେ ପ୍ରତିବାଦ ଜଣାଇଥିଲେ । ପରେ ସେମାନେ ଜାରକା ବଜାର ପରିକ୍ରମା କରି ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେଇଥିଲେ ।
ଅନ୍ୟପକ୍ଷେ ଯାଜପୁର ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହାକୁ ଦୃଢ ବିରୋଧ କରାଯାଇଛି । କୃଷକ ନେତା ନିମାଇଁ ଚରଣ ରାୟଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ ଚାଷୀମାନେ ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ପଂଚାୟତସ୍ଥ ନୂଆଗାଁ ନିକଟସ୍ଥ ରାସ୍ତା କଡରେ ବସି ପ୍ରତିବାଦ କରିଥିଲେ । କୃଷକମାନଙ୍କ ପାଇଁ କିଛି କାର୍ଯ୍ୟ କରାଯାଉ ନାହିଁ । ଚାଷୀଙ୍କ ହକ କୁ ଗୁରୁତ୍ୱ ଦିଆଯାଉ ନାହିଁ । ରୋଜଗାର ଦିଆଯାଉ ନାହିଁ,ଯାଜପୁରରେ ବହୁ କଳକାରଖାନା ବନ୍ଧ ହୋଇ ଗଲାଣି । କୋଣ୍ଣାର୍କ ଝୋଟ କଳକୁ ଚାଲୁ କରିବା ପାଇଁ ଦାବି କରିଥିଲେ । ପରେ ସେମାନେ ସଭା ସ୍ଥଳକୁ ଆସିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ଘଟଣାସ୍ଥଳରେ ପଂହଚି ପାରି ନଥିଲେ ।
ସେହିପରିଭାବେ ବିଜେପି ପକ୍ଷରୁ କର୍ମକର୍ତାମାନେ ନାରାବାଜି ଦେଇ ଏହି ଗ୍ରସ୍ତକୁ ବିରୋଧ କରିଥିଲେ । ଜାରକାସ୍ଥିତ ଅଂଶୁମାନ ଟ୍ରଷ୍ଟର ସଭ୍ୟମାନେ ଭିକେ ପାଣ୍ଡିଆନଙ୍କ ଗସ୍ତକୁ ମଧ୍ୟ ବିରୋଧ କରି ବିିଭିନ୍ନ ନାରାବାଜି ଦେଇଥିଲେ ।