ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ରକ୍ଷା ବନ୍ଧନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ମୋର ସମସ୍ତ ପରିବାରଜନଙ୍କୁ ରକ୍ଷା ବନ୍ଧନର ହାର୍ଦିକ ଶୁଭକାମନା । ଭାଈ ଓ ଭଉଣୀ ମଧ୍ୟରେ ଥିବା ଅତୁଟ ବିଶ୍ୱାସ ଓ ଅଗାଧ ପ୍ରେମ ପ୍ରତି ସମର୍ପିତ ରକ୍ଷା ବନ୍ଧନର ଏହି ପବିତ୍ର ପର୍ବ ଆମର ସଂସ୍କୃତିର ପ୍ରତିବିମ୍ବ । ଏହି ପର୍ବ ପ୍ରତ୍ୟେକଙ୍କର ଜୀବନରେ ସ୍ନେହ, ସଦଭାବ ଓ ସୌହାର୍ଦର ଭାବନାକୁ ଆହୁରି ପ୍ରଗାଢ କରୁ ।