ବଲାଙ୍ଗିର ,ଆଜି ବଲିଙ୍ଗୀର ସ୍ଥିତ କଦମପଡା ସରସ୍ବତୀ ଶିଶୁ-ବିଦ୍ୟା-ଜ୍ଞାନ ମନ୍ଦିରରେ ”ରକ୍ଷାବନ୍ଧନ” ”ଉତ୍ସବ” ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସ୍ବାଗତ ସଂଗୀତରେ ଛାତ୍ରୀ ସାକ୍ଷୀପ୍ରଜ୍ଞା ନାଏକ,ଅରୌସ୍ମିତା ଦେବୀ ବେହେରା,ଅମ୍ବିକା ବେହେରା,ସଂସ୍କୃତି ସାହୁ ,ରେଶ୍ମା ମେହେର,ଅରୁଣିମି ଗୁରୁ,ଆଦ୍ୟାଶା ପଟ୍ଟନାୟକ,ଅଙ୍କିତା ସେଠ ଓ ଇପସିତା ପାତ୍ର ଗାନ କରିଥିଲେ । ଶିଶୁବକ୍ତା ଛାତ୍ରଛାତ୍ରୀ ସୁପ୍ରିୟା ନାଏକ,ସ୍ମୃତିଶିଖା ପାଢି,ଅବିନାଶ ପଧାନ ଉଦବୋଧନ ଦେଇଥିବା ବେଳେ ତୃପ୍ତିମୟୀ ପାଢି,ପ୍ରିୟାଂଶୁ ଗରୁ,କ୍ରିଷ୍ଣା ସାହୁ ସଂଯୋଜନା କରିଥିଲେ । ବିଦ୍ୟାଳୟର ମୁଖପାତ୍ର “ପ୍ରଜ୍ଞା”ର ଉନ୍ମୋଚନ ମୁଖ୍ୟ ଅତିଥିଙ୍କ ଦ୍ବାରା ହୋଇଥିଲା ।ମୁଖ୍ୟଅତିଥି ଶ୍ରୀ ଛୁରିଆ ନିଜ ବକ୍ତବ୍ୟରେ କହିଥିଲେ ଯେ ହିନ୍ଦୁପରମ୍ପରା ନେବା ପାଇଁ ନୁହଁ,ଦେବାପାଇଁ । ପରେ ସଭାପତି ଶ୍ରୀ ଶଶି ଭୂଷଣପୁରୋହିତ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ପରେ ଗୁରୁମା ସରିତା ମିଶ୍ର ସମସ୍ତଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ମଞ୍ଚାସୀନ ଅତିଥିଙ୍କୁ ରକ୍ଷାବନ୍ଧନ କରାଯାଇଥିଲା । ତାପରେ ବିଦ୍ୟାଳୟର ଭାଇଭଉଣୀମାନେ ପରସ୍ପର ମଧ୍ୟରେ ରକ୍ଷାବନ୍ଧନ ଓ ମିଷ୍ଟାନ ବଣ୍ଟନ କରିଥିଲେ । ଏହିପରି ଭାବେ ଗୁରୁଜୀ ପ୍ରତାପ କିଶୋର ନନ୍ଦଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମଟି ସଫଳତା ପୂର୍ବକ ସଂପର୍ଣ୍ଣ ହୋଇଥିଲା ।
Related Stories
November 22, 2024