ଧର୍ମଶାଳା, ଯାଜପୁର ଜିଲା ଧର୍ମଶାଳା ମହାବିଦ୍ୟାଳୟ ପରିସରରେ ଆଜି ଦିନ ୧ଟା ସମୟରେ ଅତ୍ୟାଧୁନିକ କ୍ୟାଟିଂନ ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗ ଦେଇ ଉଦଘାଟନ କରିଥିଲେ । ପୂର୍ବରୁ ଥିବା କ୍ୟାଟିଂନର ରୂପାନ୍ତରିକରଣ ୫ଟି ଯୋଜନାରେ ସାମିଲ କରାଯାଇ ସମସ୍ତ ସବୁଧା କରାଯାଇଛି । କଲେଜ ଛାତ୍ରଛାତ୍ରୀ ଶୀତତାପ ନିୟନ୍ତ୍ରଣ କୋଠରୀ ସହ ବସି ଖାଇବା ପାଇଁ ନୂତନ ଚେୟାର,ଟେବୁଲ ପକାଯାଇଛି । କ୍ୟାଟିଂନ ବାହାରେ ଏକ ସ୍ଥାନରେ ଗାଲିଚା ବିଛାଯାଇ ସିମେଂଟ ଚେୟାର ସହ ଟେବୁଲର ବ୍ୟବସ୍ଥା କରାଯାଇଛି । ଫଳରେ ସୁବିଧାରେ ଅତ୍ୟାଧୁନିକଭାବେ ଛାତ୍ରଛାତ୍ରୀମାନେ ବସି ଖାଇ ଏହାର ମଜା ନେଇପାରିବେ । କଲେଜରେ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଥିବାରୁ ଏଠାରେ ଏକ କ୍ୟାଟିଂନର ଆବଶ୍ୟକତା ରହିଥିଲା । ଏଠାରେ ସମସ୍ତ ପ୍ରକାର ଥଣ୍ଡା,ପାନୀୟ ଜଳ ବ୍ୟବସ୍ଥା,ଚା,କଫି,ବିା୍କୁଟ,ଚକୋଲେଟ୍ ,ଆଇସ୍କ୍ରୀମ ସହ ଜଳଖିଆ ଆଦିର ସୁବିଧା ଉପଲବ୍ଧ ହେବ । ଆଜି ପ୍ରଥମ ଦିିବସରେ ଛାତ୍ରୀଛାତ୍ରୀମାନେ ଏହି କ୍ୟାଟିଂନର ମଜା ଉଠାଇବା ସହ ସେଲ୍ପି ଉଠାଇ ମନୋରଂଜନ କରିଥିଲେ । କାର୍ଯ୍ୟକ୍ରମରେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ,ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ତପନ କୁମାର ମିଶ୍ର,ପରିଚାଳନା କମିଟିର ଅଧ୍ୟକ୍ଷ ଡ. ପ୍ରୀୟନାଥ ମହାପାତ୍ରଙ୍କ ସମେତ ସମସ୍ତ ଶିକ୍ଷାକର୍ମଚାରୀ ଉପସ୍ଥିତ ଥିଲେ ।
Related Stories
November 22, 2024