ଭୁବନେଶ୍ୱର – ଭାରତୀୟ ସଂସ୍କୃତି ଓ ପରମ୍ପରାର ଅନନ୍ୟ କାର୍ଯ୍ୟକ୍ରମ “ପ୍ରତିଭା ସଙ୍ଗମ” ଆଗାମୀ ୨୬ ରୁ ୨୮ ଡିସେମ୍ବର ତିନିଦିନ ଧରି ଭୁବନେଶ୍ୱର ନିଳାଦି୍ର ବିହାରସ୍ଥିତ ସରଶ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର ଠାରେ ଅନୁଷିତ ହେବ । ଭାରତୀୟ କଳା ଯଥା: ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରକଳା, ସ୍ୱରଚିତ କବିତା ଆବୃତି ଆଦିରେ ଦେଶର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ଥରୀୟ ପ୍ରତିଯୋଗିତା ମାଧ୍ୟମରେ ଏବଂ ୧୦୦୦ରୁ ଅଧିକ ଚୟନିତ ବିଦ୍ୟାର୍ଥୀ କଳାକାର ଏଥିରେ ଭାଗନେଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ । ଶନିବାର ଏଠାରେ ଅନୁÂିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିନେତା ହରିହର ମହାପାତ୍ର, ପ୍ରତିଭା ସଙ୍ଗମ ସ୍ୱାଗତ ସମିତିର ସାଧାରଣ ସମ୍ପାଦକ ପଦ୍ମିନୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ପ୍ରତିଭା ସଂଗମ କାର୍ଯ୍ୟକ୍ରମ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ କେବଳ ପ୍ରତିଯୋଗିତା କରାଯାଏ ନାହିଁ ବରଂ ଓଡିଶାର ସୁନାମଧନ୍ୟ କଳାକାରମାନଙ୍କ ଦ୍ୱାରା ଏହି ଯୁବ ବିଦ୍ୟାର୍ଥୀ କଳାକାରମାନଙ୍କର ପ୍ରତିଭା ବିକାଶ ପାଇଁ ପ୍ରଶିକ୍ଷଣ ମଧ୍ୟ ଏଠାରେ ଦିଆଯାଏ । ପ୍ରଶିକ୍ଷଣ- ପ୍ରତିଯୋଗୀତା- ପ୍ରଦର୍ଶନ ହେଉଛି ପ୍ରତିଭା ସଙ୍ଗମର ବିଶେଷତା ।
ଏହି କାର୍ଯ୍ୟକ୍ରମରେ ଅଭିନେତା ଡ ଅଜିତ ଦାସ, ଅଭିନେତ୍ରୀ ଅନୁ ଚୈାଧୁରୀ, ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି, ସବ୍ୟସାଚୀ ମିଶ୍ର, ସଙ୍ଗୀତ ନିଦେ୍ର୍ଧଶକ ପ୍ରେମ ଆନନ୍ଦ,ମନ୍ନଥ ମିଶ୍ର ପ୍ରମୁଖ ଉପସ୍ଥିତ ରହିବେ ।
ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ପୂର୍ବରୁ ୨୦୦୬, ୨୦୧୦, ୨୦୧୪, ୨୦୧୭ରେ ଅନୁÂିତ ହୋବାପରେ ୫ମ ଥର ପାଇଁ ରାଷ୍ଟ୍ରୀୟ ସ୍ତରରେ ହେବାକୁ ଯାଉଛି । ଆମର କଳା, ସଂସ୍କୃତି, ଲୋକନୃତ୍ୟ, ଚିତ୍ରକଳାକୁ ବଜାୟ ରଖିବା ଏବଂ ବିଦ୍ୟାର୍ଥୀ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ରାଷ୍ଟ୍ରୀୟ କଳା ମଂଚ ତରଫରୁ କାର୍ଯ୍ୟ କରିଆସୁଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ମୃତ୍ୟୁଞୟ ପଣ୍ଡା, ଏବିଭିପିର ପୂର୍ବତନ ରାଜ୍ୟ ସଭାପତି ଦିଲ୍ଲିପ କୁମାର ଦାସ ଏବଂ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।