
-
ଧ୍ୟାନଚାନ୍ଦଙ୍କ ସ୍ମୃତିରେ ପ୍ରୀତିଶା ଓ ଜିଜ୍ଞାସୁ ସମ୍ବର୍ଦ୍ଧିତ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲା ଚେସ୍ ଆସୋସିଏସନ୍ ଓ ପୁରୀ ଜିଲ୍ଲା ଟେବୁଲ୍ ଟେନିସ୍ ଆସୋସିଏସନ୍ ମିଳିତ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଛି।ଏହି ଅବସରରେ ପୁରୀ ଜିଲ୍ଲା ଚେସ୍ ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ ଚେସ୍ ପ୍ରତିଯୋଗୀତା ର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଛି। ବାଲିଗୁଆଳିସ୍ଥ ସୁଦର୍ଶନ ମେମୋରିଆଲ ହଲ୍ ପରିସରରେ ବିଶିଷ୍ଟ ଟେବୁଲ ଟେନିସ ଖେଳାଳୀ କୁମାର ଅରୋଜ୍ୟୋତି, କ୍ରୀଡାବିତ ବଦ୍ରି ମିଶ୍ର ଓ ସମାଜସେବୀ ଅନାମ ସାହୁ ଏଥିରେ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନୁଷ୍ଠାନ ର ଅଧ୍ୟକ୍ଷ ଡକ୍ଟର ଶ୍ରୀନିବାସ ଆଚାର୍ଯ୍ୟ ଓ ଆସୋସିଏସନ୍ ର ସଂପାଦକ ଡକ୍ଟର ବିମଳ ପ୍ରସାଦ ମହାନ୍ତିଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ୧୭୨ଜଣଙ୍କ ମଧ୍ୟରୁ ବିଭିନ୍ନ ବିଭାଗରେ ଚମ୍ପିୟାନ ହୋଇଥିବା ପି.ପରବ୍ରହ୍ମ ରାଉତ୍, ଶ୍ରଦ୍ଧା ସ୍ବରୂପ ନନ୍ଦ,ଵିଭାସ ଆଚାର୍ଯ୍ୟଙ୍କ ସମେତ ଅନ୍ୟାନ୍ୟ କୃତି ପ୍ରତିଯୋଗୀଙ୍କୁ ସିଲଡ୍ ପ୍ରଦାନ କରାଯାଇଥିଲା।ବିଶ୍ଵର ବିଶିଷ୍ଟ ହକି ଖେଳାଳୀ ଧ୍ୟାନଚାନ୍ଦଙ୍କ ସ୍ମୃତିରେ ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିଥିବା ଚେସ୍ ଖେଳାଳୀ ପ୍ରୀତିଶା ମିତ୍ର ଓ ରାଜ୍ୟ ରେ ସୁନାମ ଅର୍ଜନ କରିଥିବା ଟେନିସ୍ ତାରକା ଜିଜ୍ଞାସୁ ସାଇକିରଣ ପ୍ରଧାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏତଦ୍ ଭିନ୍ନ ଚେସ୍ ଖେଳରେ ଉଲ୍ଲେଖନୀୟ ଅବଦାନ ପାଇଁ ବର୍ଷିଆନ ଖେଳାଳୀ ବୀରକିଶୋର ବେହେରା ଓ ଶରତ ରାଓ, ମାର୍ଗଦର୍ଶକ ଅଶୋକ କୁମାର ଶତପଥୀ ଓ ଖେଳାଳୀ ବୈଭବ ମିଶ୍ରଙ୍କ ସମେତ ଅନେକ କ୍ରୀଡାବିତଙ୍କୁ ଅନୁଷ୍ଠାନ ପକ୍ଷରୁ ସଂପାଦକ ଡକ୍ଟର ବିମଳ ପ୍ରସାଦ ମହାନ୍ତି ପନ୍ଦର ହଜାର ଟଙ୍କା ର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବା ସହ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ସର୍ବକନିଷ୍ଠ ଖେଳାଳୀ ଅଭିପ୍ସା ମହାନ୍ତିଙ୍କୁ ସ୍ବତନ୍ତ୍ର ଟ୍ରଫି ପ୍ରଦାନ କରାଯାଇଥିଲା।ଏଥିରେ ଚେସ୍ କୋଚ୍ ଶ୍ୟାମଲ କୁଣ୍ଡୁ ଓ କମଳ ପ୍ରସାଦ ମହାନ୍ତି ସହଯୋଗ କରିଥିଲେ।