ପୁରୀ,କିମ୍ବଦନ୍ତୀ କ୍ରିଡାବିତ ଧ୍ୟାନଚାନ୍ଦଙ୍କ କ୍ରୀଡା ପ୍ରତିଭା ଅତୁଳନୀୟ।ସମଗ୍ର ବିଶ୍ୱ ତାଙ୍କ ଚମତ୍କାର କ୍ରୀଡା ନୈପୁଣ୍ୟ ରେ ଅଭିଭୂତ ହୋଇଥିଲା।ତେଣୁ ଯେବେ ଯାଏ ପୃଥିବୀ ରେ କ୍ରୀଡା ଚାଲିଥିବ ସେବେ ଯାଏ ଧ୍ୟାନଚାନ୍ଦ ଅମର ରହିଥିବେ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି।
ଜାତୀୟ କ୍ରୀଡା ଦିବସ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଳବଣିଆ ସ୍ଥିତ ସ୍ପୋ୍ର୍ଟ୍ସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହେବା ସହ ହକି ଯାଦୁକର ମେଜର ଧ୍ୟାନଚାନ୍ଦ ଙ୍କୁ ଜନ୍ମ ଦିନ ରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଅଜିତ କୁମାର ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, କ୍ରୀଡା ସଂସଦର ପ୍ରାକ୍ତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ,ରାଜ୍ୟ କୁସ୍ତି ସଂଘର ପରାମର୍ଶ ଦାତା ରାମଚନ୍ଦ୍ର ଦାସମହାପାତ୍ର,ବାଲ୍ୟ ବିବାହ ନିରୋଧ ଜିଲ୍ଲା ସଂଯୋଜିକା ରଞିତା ଦାସ,ଜିଲ୍ଲା ଶିଶୁ ସୁରକ୍ଷା ପରାମର୍ଶ ଦାତା ରୋଜାଲିନ ପାତ୍ର,ନିତା ଫୁଟବଲ ଏକାଡେମୀ ର ସଦସ୍ୟ ସତ୍ୟବ୍ରତ ଷଡ଼ଙ୍ଗୀ ଓ ଅନ୍ୟାନ୍ୟ ଅତିଥି ମାନେ ଯୋଗ ଦେଇ ଜାତୀୟ କ୍ରୀଡା ଦିବସ ର ଅନୁଚିନ୍ତା ସହ ଧ୍ୟାନଚାନ୍ଦ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ବେଟୀ ବଚାଓ ବେଟୀ ପଢାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ବାଳିକା ମାନଙ୍କ ମଧ୍ୟରେ ଫୁଟବଲ ଓ ଖୋଖୋ ଖେଳ ଅନୁଷ୍ଠିତ ହୋଇଥିଲା।ଫୁଟବଲରେ ନୀଳଚକ୍ର ସ୍ପୋ୍ର୍ଟ୍ସ କ୍ଲବ ଚମ୍ପିୟାନ ହୋଇଥିବା ବେଳେ ନୀତା ଫୁଟବଲ ଏକାଡେମୀ ରନର୍ସ ଅପ ହୋଇ ପୁରସ୍କୃତ ହୋଇଥିଲେ।ଶ୍ରେଷ୍ଠ ଖେଳାଳୀ ଭାବେ ଆୟଶା ପ୍ରିୟଦର୍ଶନୀ ଓ ବୈଶାଖୀ ରଣାଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ସେହିପରି ଖୋ ଖୋ ରେ ପୁରୀ ଏବଂ ଡେଲାଙ୍ଗ ଦଳ ଯୁଗ୍ମ ଚମ୍ପିୟାନ ହୋଇଥିଲେ।ସମୀକ୍ଷା ବିଶ୍ୱାଳ ବେଷ୍ଟ ରନର ଓ ଜାନକୀ ପାଇକରାୟ ବେଷ୍ଟ ଚେଜର ଭାବେ ପୁରସ୍କୃତ ହୋଇଥିଲେ।
ଏହି ଅବସରରେ ଜାତୀୟ ଖୋ ଖୋ ଖେଳ ରେ ଅଂଶଗ୍ରହଣ କରିଥିବା ଡେଲାଙ୍ଗ ବ୍ଲକ ମୁନନ୍ଦା କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅନନ୍ୟା ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ୨୫ ହଜାର ଟଙ୍କା ର ସହାୟତା ପ୍ରଦାନ କରାଯାଇଥିଲା।ଏଥିରେ କ୍ରୀଡା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ, ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ର ବାଳିକା ଅନ୍ତେବାସୀ ମାନେ ଯୋଗ ଦେଇଥିଲେ।
Related Stories
November 22, 2024