ଜୟପୁର, ଜୟପୁର ବ୍ଲକ ଫାମ୍ପୁଣି ପଞ୍ଚାୟତ ଅନ୍ତର୍ଗତ ଦିରିବିଗୁଡା ଗ୍ରାମବାସୀ ଆଜି ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି । ଏନେଇ ଗ୍ରାମବାସୀ ଜୟପୁର ବିଡିଓ ରାଜୀବ ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମର ଗ୍ରାମବାସୀ, ବିଦ୍ୟାଳୟର ଛୋଟ ଛୋଟ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଏହି ଦାବିପତ୍ର ପ୍ରଦାନ କରିଥିଲେ ।
ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଦିରିବିଗୁଡା ଗ୍ରାମରେ ଶହେଟି ପରିବାର ବସବାସ କରନ୍ତି । ଏହି ଗ୍ରାମରେ ଶିକ୍ଷାର ବିକାଶ ପାଇଁ ପ୍ରାଥମିକ ବିଦ୍ୟାୟାଳୟଟିଏ ମଧ୍ୟ ନାହିଁ । ଗ୍ରାମ ଠାରୁ ଦୁଇ କି.ମି. ଦୂରରେ ଗୌଡଗୁଡା ପ୍ରାଥମିକ ବିଦ୍ୟାଳୟ ରହିଛି । ବର୍ଷା ଦିନ ହେଲେ ଆଇଇଏମ ଆରଡି ରାସ୍ତା ଠାରୁ ଦିରିବିଗୁଡା ରାସ୍ତା ଆଣ୍ଠୁଏ କାଦୁଅରେ ପରିପୁଣ୍ଣ । ଗ୍ରାମରେ କାହାର ରୋଗ ହେଲେ ଆମ୍ବୁଲାନ୍ସ ଆସିଲେ ଗ୍ରାମ ଠାରୁ ଦୁଇ କି.ମି. ଦୂରରେ ରୁହେ । ରୋଗୀ, ଗର୍ଭବତୀ ମହିଳା, ପ୍ରସୂତି ମହିଳାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇ ବସାଇ ଚିକିତ୍ସାଳୟକୁ ନିଆଯାଏ । ବର୍ଷା ଦିନ ହେଲେ ପିଲା ମାନେ କେହି ବିଦ୍ୟାଳୟକୁ ଯାଆନ୍ତି ନାହିଁ । ଅଦିବାସୀ ଅଧ୍ୟୁଷିତ ଦିରିବିଗୁଡାରେ ଶିକ୍ଷାର ବିକାଶ ପାଇଁ ଏକ ପ୍ରାଥମିକ ବିଦ୍ୟାଳୟର ଆବଶ୍ୟକତା ସହ ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି । ଏହା ସହ ଗ୍ରାମରେ ସମସ୍ତେ ବିପିଏଲ ଶ୍ରେଣୀର ଅନ୍ତର୍ଭୂକ୍ତ ହୋଇଥିବା ବେଳେ ପକ୍କା ଘର ନାହିଁ । ତେଣୁ ପ୍ରଶାସନ ତରଫରୁ ପକ୍କା ଘର ଦେବାକୁ ପୁରିଆ ଗୌଡ, ଶିବ ଶଙ୍କର ଗୌଡ, ଭୀମ ଗୌଡ, କବିରାଜ ଗୌଡ, ବଳରାମ ମୁଦୁଲି, ଭଗବାନ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ ।