କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଓଡିଶା ଅମଲା ସଂଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସହିତ ଜିଲ୍ଲା କର୍ମକର୍ତ୍ତା ଚୟନ କରାଯାଇଥିଲା l ଉକ୍ତ ବୈଠକରେ ରାଜ୍ୟ ସଂଘର ସଭାପତି ଶ୍ରୀ ଜ୍ଞାନ ରଞ୍ଜନ ଦାସ ଙ୍କର ସଭାପତିତ୍ବରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା |ଉକ୍ତ ସଭା କୁ ମୁଖ୍ୟ ଉପଦେଷ୍ଟା ଶ୍ରୀ ନାରାୟଣ ଦାଶ ପରିଚାଳନା କରିଥିଲେ l ମୁଖ୍ୟ ଅତିଥି ଭାବରେ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ, ପୁରୀ ଓ ସମ୍ମାନନୀୟ ଅତିଥି ଭାବରେ ଶ୍ରୀ ଭବ ତରଣ ସାହୁ ,ଉପ ଜିଲ୍ଲାପାଳ ଏବଂ ଶ୍ରୀ ହୃଦୟ ବିହାରୀ ମହାପାତ୍ର,ଅଧ୍ୟକ୍ଷ, ଶ୍ରୀ ଦେବେନ୍ଦ୍ର ନାଥ ପାତ୍ର, କାର୍ଯ୍ୟକାରୀ ସଭାପତି, ଶ୍ରୀ ପ୍ରସନ୍ନ କୁମାର ତ୍ରିପାଠୀ, ମୁଖ୍ୟ ପୃଷ୍ଠ ପୋଷକ, ଶତ୍ରୁଘ୍ନ ପାଣିଗ୍ରାହୀ, ପୂର୍ବତନ ସଭାପତି, ଶ୍ରୀ ଚିତ୍ତରଞ୍ଜନ ତାରାସିଆ, ସାଧାରଣ ସମ୍ପାଦକ, ଶ୍ରୀ ଅରୁଣ ବଳୀଆର୍ ସିଂହ, ସଂଗଠନ ସମ୍ପାଦକ, ଜିଲ୍ଲା ସଭାପତି ଶ୍ରୀ ମହେନ୍ଦ୍ର କୁମାର ମହାପାତ୍ର ଏବଂ ଶ୍ରୀ ପ୍ରଭାକର ପ୍ରଧାନ, ପରାମର୍ଶ ଦାତା ପ୍ରମୁଖ ମଞ୍ଚାସୀନ ହୋଇଥିଲେ l ରାଜ୍ଯ ର ୩୦ ଜିଲ୍ଲାର ପ୍ରତିନିଧି, ରାଜ୍ଯ ନେତୃବୃନ୍ଦ ଏବଂ ପୁରୀ ଜିଲ୍ଲାର ସମସ୍ତ ବିଭାଗରେ କାର୍ଯ୍ୟରତ ଅମଲା ମାନେ ଉପସ୍ଥିତ ଥିଲେ l ସଭ୍ଯ ମାନଙ୍କର ବିଭିନ୍ନ ସମସ୍ୟା ଓ ଦାବୀ ବିଷୟରେ ଆଲୋଚନା କରାଯିବା ସହିତ ପ୍ରମୁଖ ଦାବୀ କନିଷ୍ଠ ସହାୟକ ଙ୍କ ଦରମା Level-9 ବିଷୟରେ ସାଧାରଣ ସମ୍ପାଦକ କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ କହିଛନ୍ତି ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଦାବୀ ପୂରଣ କରିବେ ବୋଲି କହିଥିଲେ |ଦ୍ଵିତୀୟ ପର୍ଯ୍ୟାୟ ରେ ପୁରୀ ଜିଲ୍ଲାର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ଏବଂ ମୁଖ୍ୟ ପୃଷ୍ଠ ପୋଷକ ଶ୍ରୀ ପ୍ରସନ୍ନ କୁମାର ତ୍ରିପାଠୀ, ଶପଥ ପାଠ କରାଇଥିଲେ l ରାଜ୍ଯ ସଂଘର ସଭାପତି, ସାଧାରଣ ସମ୍ପାଦକ, ମୁଖ୍ୟ ଉପଦେଷ୍ଟା ଓ ବରିଷ୍ଠ ନେତୃବୃନ୍ଦ ଙ୍କ ଉପସ୍ଥିତରେ ନାମ ଘୋଷଣା କରାଯାଇଥିଲା |
Related Stories
November 23, 2024