-
ଶ୍ରୀମନ୍ଦିର ପାର୍ଶ୍ୱରେ ଅଳିଆ ଚନ୍ଦ୍ରରେ ଦାଗ ଲାଗିଲା ଭଳି
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଚାରିଧାମ ମଧ୍ୟରେ ଶେଷ୍ଠ ଧାମ ପୁରୀ |ରାଜ୍ୟ ସରକାର ପୁରୀର ବିକାଶ କରି ବିଶ୍ୱ ସ୍ତରୀୟ ସେବା ପ୍ରଦାନ ପାଇଁ ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ଅଭଡ଼ା ଯୋଜନା ମାଧ୍ୟମରେ ଅନେକ ବିକାଶ କରୁଛନ୍ତି ହେଲେ ବିଡମ୍ବନା ର ବିଷୟ ଏହି ବିକାଶ ଧାରାକୁ ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ତୁଳାଇବାରେ ବିଫଳ ହୋଇଛି |ଶ୍ରୀମନ୍ଦିର ଚତୁର୍ପାଶ୍ୱ ବିକାଶ କାର୍ଯ୍ୟ ଚାଲୁଥିବା ବେଳେ ଉତ୍ତର ଦ୍ୱାରା ସମ୍ମୁଖରେ ଶ୍ରୀମନ୍ଦିର ଅଳିଆ ବ୍ୟତୀତ ଆଖ ପାଖର ଅଳିଆ ଗଦା ହେଉଛି |ଶ୍ରୀମନ୍ଦିର ପାଖରେ ଥିବା ପରିବା ବଜାରର ଅଳିଆ,ଚା ଦୋକାନୀ ଙ୍କ ଅଳିଆ ଏବଂ ଆଖୁ ରସ ବିକ୍ରି କରୁଥିବା ଆଖୁ ଛେଦା ଏବଂ ହଗୀଶ ଭଳି ଅନେକ ଅଳିଆ ଉତ୍ତର ଦ୍ୱାର ନିକଟରେ ପାହାଡ଼ ଭଳି ଗଦା ହେଉଛି |ମହାପ୍ରଭୁଙ୍କ ଅଭଡ଼ା ପତ୍ର ଏବଂ କୋଡୁଆ ପଡିବା ସ୍ଥାନରେ ଖରାପ ଅଳିଆ ପଡିବା ଭକ୍ତ ମାନଙ୍କ ଭାବନାକୁ କଷ୍ଟ ଦେଉଛି |ବାରମ୍ବାର ଏହି ସମସ୍ୟା ଖବର କାଗଜରେ ପ୍ରକାଶ ପାଇବା ପରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ମୁନିସିପାଲିଟି ତରଫରୁ ପଦକ୍ଷେପ ନିଆଯାଉ ନାହିଁ କି ଏହି ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ |ଶ୍ରୀମନ୍ଦିର ପାଖରେ ପଡିରହୁଥିବା କୁଡ଼ କୁଡ଼ ଅଳିଆ ଚନ୍ଦ୍ରରେ ଦାଗ ଲାଗିଲା ଭଳି ମନେ ହେଉଛି |ଏହି ସ୍ଥାନକୁ ସ୍ୱତନ୍ତ୍ର ଟିଣ ଦେଇ ବନ୍ଦ କରାଗଲେ ବାହାର ଅଳିଆ କେହି ଗଦା କରିପାରିବେ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି |