ଗଞ୍ଜାମ- ଆଜି ସକାଳେ ବୈଦ୍ୟନାଥପୁର ଥାନା ଅଂଚଳରେ ଥିବା ବ୍ରହ୍ମପୁର ବି.ଡ଼ି.ଏ. କାର୍ଯ୍ୟାଳୟ ନିକଟରେ ଏକ ମୁଣିରେ ଭର୍ତି ହୋଇ ଏକ ନବଜାତ ଶିଶୁକନ୍ୟାର ମୃତଦେହ ପଡିଥିବା ଏବଂ ପ୍ରାୟ ୪ଟି କୁକୁର ଏହି ବ୍ୟାଗ୍ ଟିକୁ ଟଣାଓଟରା କରୁଥିବା ମର୍ଣ୍ଣିଂୱାକ୍ ରେ ଯାଉଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ସେମାନେ କୁକୁର ମାନଙ୍କୁ ସେଠାରୁ ଘଉଡ଼ାଇବା ସହ ତୁରନ୍ତ ପୋଲିସକୁ ଏ ସମ୍ପର୍କରେ ଖବର ଦେଇଥିଲେ । ବୈଦ୍ୟନାଥପୁର ପୋଲିସ ଘଟଣାସ୍ଥଳରେ ପହଂଚି ନବଜାତ ଶିଶୁର ମୃତଦେହ ଉଦ୍ଧାର କରିଛି । ଏହାକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । କିଏ ଓ କାହିଁକି ନବଜାତ ଶିଶୁକନ୍ୟାଟିକୁ ଏଠାରେ ଏପରି ଅବସ୍ଥାରେ ଫିଙ୍ଗି ଚାଲିଯାଇଛି । ଏବଂ ପୂର୍ବରୁ ତା’ର ମୃତ୍ୟୁ ଘଟିଥିଲା କିମ୍ବା ଘଟଣା ପରେ ତା’ର ମୃତ୍ୟୁ ଘଟିଛି ଅଥବା କେହି ତାକୁ ହତ୍ୟା କରି ଏଠାରେ ଫିଙ୍ଗି ଚାଲିଯାଇଛି ପୋଲିସ ସେନେଇ ଛାନଭିନ୍ ଜାରୀ ରଖିଛି ।
