କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ପାଦରେ ଚାଲି ଚାଲି ଚାରିଧାମ ଓ ବାର ଜ୍ୟୋତିର୍ଲିଙ୍ଗ ପଞ୍ଜାବର ୨୫ ବର୍ଷୀୟ ଯୁବ ବ୍ୟବସାୟୀ ରିତିକ ସାକ୍ସେନା ଯାତ୍ରା କରିଛନ୍ତି। ଏହି ଯାତ୍ରା ସେ ଗତ ୨୦୨୨ ଡିସେମ୍ବର ମାସ ୧ ତାରିଖରୁ ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ୬୪୦୦ କିମି ପଥ ଅତିକ୍ରମ କରି ୪ଟି ଜ୍ୟୋତିର୍ଲିଙ୍ଗ ଓ ୨ ଟି ଧାମ ଯାତ୍ରା କରିସାରିଛନ୍ତି। ଏହି ଯାତ୍ରା ଶେଷ କରିବାକୁ ତାଙ୍କୁ ଆହୁରି ପ୍ରାୟତଃ ୧୬ ମାସ ସମୟ ଲାଗିବ। ପିତାମାତାଙ୍କ ଆଶୀର୍ବାଦ ଓ ଯାତ୍ରା ସମୟରେ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିବିଶେଷ ଙ୍କ ସମର୍ଥନ ଓ ଆତିଥ୍ୟତା ତାଙ୍କୁ ଏହି ଦୁଃସାହାସିକ ପଦଯାତ୍ରାରେ ପ୍ରେରଣା ଏବଂ ଉତ୍ସାହ ଯୋଗାଇଛି ବୋଲି ରିତିକ୍ କହିଛନ୍ତି। ଏହି ଯାତ୍ରାରେ ସେ ଜମ୍ମୁ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ନେପାଳ, ଉତ୍ତରପ୍ରଦେଶ,ବିହାର ଓ ଝାଡ଼ଖଣ୍ଡ ଦେଈ ଓଡ଼ିଶାରେ ପହଞ୍ଚିବା ପରେ ବିଭିନ୍ନ ଦେବଦେବୀ ଙ୍କୁ ଦର୍ଶନ କରି ଶ୍ରୀକ୍ଷେତ୍ର ରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥ ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହି ଅବସରରେ ଶ୍ରୀମନ୍ଦିରର ସୁରକ୍ଷା ଦାୟିତ୍ବରେ ଥିବା ସୁବେଦାର ଯୋଗେଶ ଚନ୍ଦ୍ର ସ୍ୱାଇଁ ଙ୍କ ସମେତ ଯୁବ ସାମାଜିକ କର୍ମୀ ସତ୍ୟନାରାୟଣ ସାହୁ ଓ ଦେବରାଜ ଦାସ ପ୍ରମୁଖ ସିଂହଦ୍ଵାର ସମ୍ମୁଖରେ ମହାପ୍ରଭୂ ଙ୍କ ପତିତପାବନ ବାନା ସହ ଫୁଲମାଳ ଏବଂ ଶ୍ରୀଜିଉ ଙ୍କ ଫଟୋ ଚିତ୍ର ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶ୍ରୀକ୍ଷେତ୍ର ରୁ ମହାପ୍ରଭୁଙ୍କ ଦର୍ଶନ ସାରି ସେ ବର୍ତ୍ତମାନ ହାଇଦ୍ରାବାଦ ଆଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।
Related Stories
November 22, 2024