
ପୁରୀ,ସ୍ଥାନୀୟ ତାଳବଣିଆ ଷ୍ଟାଡିୟମ ଠାରେ ପୁରୀ ବକ୍ସିଂ ଏକାଡେମୀ ତରଫରୁ ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ଦିବସ ପାଳନ କରାଯାଇଛି। ପ୍ରଥମେ ଶ୍ରୀମନ୍ଦିର ଠାରେ ଦୀପ ପ୍ରଜ୍ବଳନ କରି ଖେଳାଳୀ ମାନେ ସହର ପରିକ୍ରମା କରି ପୁରୀ ଷ୍ଟାଡିୟମ ଠାରେ ପହଁଚିଥିଲେ । ଏହା ପରେ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ସଦର ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ , ସଂମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଓଡିଶା ଆଥେଲେଟିକ୍ସ ଆସୋସିଏସନ କୋଷାଧ୍ୟକ୍ଷ ରବି ଶଙ୍କର ପ୍ରତିହାରୀ,ପ୍ରତାପ ପୁରୁଷୋତ୍ତମ ପୁର ଦେବ ଡିଗ୍ରୀ କଲେଜ ର ପ୍ରିନ୍ସିପାଲ ସୁଦର୍ଶନ ମହାରଥୀ ଯୋଗଦେଇଥିଲେ। ଏଥିରେ ବିଭିନ୍ନ ଜିଲ୍ଲାର କୋଚ୍ ଙ୍କୁ ସଂମ୍ମାନୀତ କରାଯାଇଥିଲା । ସଂମ୍ମାନୀତ ହୋଇଥିଲେ ଭୁବନେଶ୍ୱର ର ପଦ୍ମନାଭ ପାତ୍ର,କଟକ ର ଇଂମତିଯ଼ୁର୍ ରହମାନ,ସୁନ୍ଦରଗଡ଼ ସୁଶାନ୍ତ କୁମାର ଷଡ଼ଙ୍ଗୀ, ସୁବର୍ଣ୍ଣପୁର ର ବ୍ରଜଗୋପାଳ ପଣ୍ଡା, ମୟୁରଭଞ୍ଜ
ଶଙ୍କର ପ୍ରସାଦ ଅଧିକାରୀ, ଗଜପତି ର ରାମ କୃଷ୍ଣ ବେନିୟା, ଗଞ୍ଜାମ ର ପ୍ରଫୁଲ କୁମାର ମହାନ୍ତି ଏବଂ ଦୁଷ୍ମନ୍ତ କୁମାର ପାଢୀ, ଖୋର୍ଦ୍ଧା ରୁ ପ୍ରଶାନ୍ତ କୁମାର ବିଶ୍ବାଳ ଓ ରାଉଲକେଲା ରୁ ମସ୍ୱଓଡ଼ ଅଳମ ସଂମ୍ମାନିତ ହୋଇଥିଲେ |
ଏଥିରେ ଜିଲ୍ଲା କ୍ରୀଡ଼ାଅଧିକାରୀ ସୂଚନା ଦେଇଥିଲେ ପୁରୀର ବକ୍ସିଂ ଖେଳାଳିଙ୍କ ପାଇଁ ରାଜ୍ୟ ସରକାର ବକ୍ସିଂ ଆରିନା ନିର୍ମାଣ କରୁଛନ୍ତି ଯାହା ଆଉ କିଛି ମାସ ମଧ୍ୟରେ ନିର୍ମାଣ ସରିବ।
କାର୍ଯ୍ୟକ୍ରମକୁ ମାନସ ଜେନା,ଦିପକ ପରିଡା,ଜାବିର ଖାଁ, ସୁବ୍ରତ ପ୍ରଧାନ,ଅକ୍ଷୟ ନାୟକ,ରାକେଶ ଭୋଇ ପ୍ରମୁଖ ପରିଚାଳନା କରିଥିଲେ।
ରବିଶଙ୍କର ପ୍ରତିହାରୀ ମଞ୍ଚ ପରିଚାଳନା କରିଥିବା ବେଳେ ଏକାଡେମୀର ପ୍ରତିଷ୍ଠାତା ସୁଦର୍ଶନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ଥିଲେ।