

ଗଞ୍ଜାମ- ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ରୁଢ଼ାପଦର ପ୍ରଧାନ ସାହିରେ ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲି ହାତୀ ପଲ କ୍ଷେତରେ ପଶି ଦଳିଚକଟି ବ୍ୟାପକ ପରିମାଣର ପାଚିଲା ଧାନ ଫସଲ ନଷ୍ଟ କରିବା ସହ ଅମଳ ହୋଇ ଗଦା ହୋଇ ରହିଥିବା ଧାନ ଖାଇ ଯାଇଛନ୍ତି । ହାତୀ ଉପଦ୍ରବଜନିତ ଲକ୍ଷାଧିକ ଟଙ୍କାର ଫସଲ ହାନି କାରଣରୁ ଚାଷୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ବନ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଦାବି ହେଉଛି ।