
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଜିଲ୍ଲା ହ୍ୟୁମାନ ରାଇଟସ୍ ଫ୍ରଣ୍ଟ ର ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ସ୍ଥାନୀୟ ୟୁଥ୍ ହଷ୍ଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଜାତୀୟ ମାନବ ଅଧିକାର କୋର ଗ୍ରୁପ ମେମ୍ବର ମନୋଜ ଜେନା,ହ୍ୟୁମାନ ରାଇଟସ୍ ରାଜ୍ୟ ସଂଯୋଜକ ରାଜୀବ ପଟ୍ଟନାୟକ,ରାଜ୍ୟ ସଂଯୋଜକ ମନିଷା ଦାସ ପଟ୍ଟନାୟକ,ସଂଯୋଜକ କଳ୍ପତରୁ ଖୁଣ୍ଟିଆ,ପୁରୀ ଜିଲ୍ଲା ସଂଯୋଜୀକା ପ୍ରାନ୍ତସିନି ଜେନା, ଡ଼ ରାଧେଶ୍ୟାମ ରଥ, ସଂଯୁକ୍ତା ବଡ଼ ଦଳେଇ,ସୁବାଶିନି ମହାରଣା ପ୍ରମୁଖ ଯୋଗଦାନ କରି ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୁରୀ ରେ ଛାତ୍ର ଅଧିକାର,ମହିଳା ଅଧିକାର,ଶିଶୁ ଅଧିକାର,ବରିଷ୍ଠ ନାଗରିକ ଙ୍କ ଅଧିକାର ଉପରେ ଆଲୋଚନା କରାଯାଇଥିଲା ।ସରକାରୀ ଯୋଜନା ଗୁଡିକ ଯେଉଁଭଳି ଲୋକ ମାନଙ୍କ ନିକଟରେ ପହଂଚି ପାରିବ ତାହା ଉପରେ ଆଲୋଚନା କରାଯାଇଥିଲା ।ଉକ୍ତ ଆଲୋଚନାରେ ୩୦ ଟି ଜିଲ୍ଲାର ପ୍ରାୟ ୧୦୦ ରୁ ଉର୍ଦ୍ଧ କର୍ମୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।ଶେଷରେ ସଞ୍ଜୋଜିକା ପ୍ରାନ୍ତଶିନି ଜେନା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।