ଭୁବନେଶ୍ୱର – ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ ୧୫ଗୋଟି ଗ୍ରାମ ପଂଚାୟତର ପ୍ରାୟ ଦେଢ଼ ଲକ୍ଷରୁ ଉଦ୍ଧ୍ୱର୍ ଜନସାଧାରଣ ସ୍ୱାସ୍ଥ୍ୟ ସେବା ଉପରେ ଅସ୍ତରଙ୍ଗ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । କିନ୍ତୁ ଅସ୍ତରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମାତ୍ର ସ୍ଥାୟୀ ଡାକ୍ତର ନାହାନ୍ତି । ସ୍ଥାନୀୟ ବନ୍ତିଳ ଉପ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅସ୍ତରଙ୍ଗ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନ୍ଚାର୍ଜ ଡାକ୍ତର ଭାବେ ରହିଛନ୍ତି । ଶିଶୁ ବିଶେଷଜ୍ଞ, ଅସ୍ଥି ଶଲ୍ୟ, ପ୍ରସୁତି, ମେଡ଼ିସିନ୍ ଡାକ୍ତର ଓ ଚକ୍ଷୁ ସହାୟକ ପଦବୀ ରହିବାର ବ୍ୟବସ୍ଥା ଥିଲେ ମଧ୍ୟ ଏଠାରେ ଏପରି କୌଣସି ଡାକ୍ତର ନାହାନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ଭିତିଭୂମି ନ ଥିବା ବେଳେ ସରକାରଙ୍କ ନିରାମୟ ଔଷଧରେ ରୋଗୀ ଶିକାର ହେଉଛନ୍ତି । ରୋଗୀ କଲ୍ୟାଣ ସମିତି ନିୟମିତ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ଆଦୌ ସଚେତନ ନୁହନ୍ତି । ଏହାର ଆଶୁ ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଅଂଚଳର ବରିÂ କଂଗ୍ରେସ ନେତା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କିଷାନ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ସହିତ ତାଙ୍କ ସଚିବାଳୟସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ ଆଲୋଚନା କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ଖୁବ୍ ନିକଟରେ ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ ।
Related Stories
November 24, 2024
November 24, 2024