ମାଲକାନଗିରି, ଫେଲ ମାରିଛି ରାଜ୍ୟ ସରକାରଙ୍କ ତଥାକଥିତ ବିଶ୍ଵର ସର୍ବବୃହତ ଯୋଜନା ଜାଗା ମିଶନ। କାରଣ ୬ ବର୍ଷ ହୋଇଗଲା, ଯୋଜନାର ଲକ୍ଷ୍ୟ ଓ ଆଭିମୁଖ୍ୟ ଏଯାଏଁ ସଫଳ ହୋଇପାରିନି । କିସମ ପରିବର୍ତ୍ତନରେ ସମସ୍ୟା ସହ ଜବରଦଖଲ ଯୋଗୁ ସହରର ହଜାର ହଜାର ଭୂମିହୀନ ଜମି ଅଧିକାର ପ୍ରମାଣପତ୍ର ପାଇନଥିବା ଅଭିଯୋଗ କରୁଛନ୍ତି । ଜାଗା ଖଣ୍ଡେ ପାଇଁ ହୀନସ୍ତା ହେଉଛନ୍ତି ସହରାଞ୍ଚଳର ବସ୍ତିବାସିନ୍ଦା। ମାଲକାନଗିରି ପୌରାଞ୍ଚଳରେ ଆଗେଇ ପାରୁନି ଜାଗା ମିଶନ । ଏଠିଥିବା ୩୧ଟି ବସ୍ତିରେ ୨,୪୩୨ଟି ଘର ପ୍ରଥମ ପର୍ଯ୍ୟାୟରେ ସର୍ଭେ କରାଯାଇ ତା ମଧ୍ୟରୁ କେବଳ ୧,୧୪୭ ଜଣଙ୍କୁ ଜମି ଅଧିକାର ପ୍ରମାଣପତ୍ର ତଥା ଏଲ.ଆର.ସି. ଦିଆଯାଇଥିବା ବେଳେ ବଞ୍ଚିତ ଅଛନ୍ତି ୧,୧୨୭ ଜଣ । ଅଧିକାଂଶ ଦିନ ମଜୁରିଆ ଥିବାରୁ ସ୍ଥାନୀୟ ଜମିର ବେଞ୍ଚ ମାର୍କ ଭାଲୁଆସନର ୨୫ ପ୍ରତିଶତ ଟଙ୍କା ପୈଠ କରିପାରୁନାହାଁନ୍ତି ।ମାଲକାନଗିରି ସହରରେ କିଛି ଲୋକ ଚଞ୍ଚକତା କରି ଜାଗା ମିଶନରେ ଜମି ହାତେଇ ଥିବା ଏବଂ କିଛି ୱାର୍ଡରେ ସର୍ଭେ ସମୟରେ କେତେକ ଘରକୁ ଜାଣିଶୁଣି ସର୍ଭେ କରାନଯାଇ ଛାଡିଦିଆଯାଇଥିବା ଅଭିଯୋଗ ହେଉଛି।
Related Stories
November 22, 2024