ମୁମ୍ବାଇ – ମହାରାଷ୍ଟ୍ର ସରକାର ଚାଷୀମାନଙ୍କ ପାଇଁ କୃଷି ଋଣ ଛାଡ୍ କରିବାକୁ ଘୋଷଣା କରିଛନ୍ତି । ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ୍ ହେବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ବିଧାନସଭାରେ ଘୋଷଣା କରିଛନ୍ତି ।
ଏ ସଂପର୍କରେ ଘୋଷଣା କରି ଉଦ୍ଧବ କହିଛନ୍ତି ଯେ ଏହି କୃଷିଋଣଛାଡ଼ ସ୍କିମର ନାମ ମହାତ୍ମା ଜ୍ୟୋତିରାଓ ଫୁଲେ ଋଣ ଛାଡ଼ ସ୍କିମ ରଖାଯାଇଛି । ଏହା ମାଧ୍ୟମରେ ସେପ୍ଟେମ୍ବର ୩୦ ସୁଦ୍ଧା ବକେୟା ଥିବା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ କରାଯିବ । ଏହି ରାଶି ସରକାର ବହନ କରିବେ ।
ଏହା ଉପରେ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନବୀସ କହିଛନ୍ତି ଯେ ଉଦ୍ଧବ ସରକାର କୃଷିଋଣ ସଂପର୍କରେ ନିଜର ପୂର୍ବ ପ୍ରତିଶ୍ରୁତି ପୂରଣ କରିନାହାନ୍ତି ।