ଭୁବନେଶ୍ୱର,ରାଜ୍ୟ ସରକାର ଅଣ ଓଡ଼ିଆ କଣ୍ଟ୍ରାକ୍ଟର କ୍ରିମ ଖାଇବା ଭଳି ସବୁ ବ୍ୟବସ୍ଥା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି. ଏବେ ରାଜ୍ୟ ରେ ଓଡିଶା ବ୍ରିଡ଼ର କିପରି କମ୍ପିଟ କରି ପାରିବେ ନାହିଁ ତାହାର ବ୍ୟବସ୍ଥା କରାଯାଉଛି ।
ସେ କହିଛନ୍ତି ଯେ ବସୁଧା ଯୋଜନା ପାଇ ଯେଉଁ ଟାଙ୍କି ଛିଡା କରାଯାଉଛି ହେଲେ ଟାଙ୍କି କୁ ପାଣି ପଶିବା କି ବାହାରିବାର ବ୍ୟବସ୍ଥା ନାହିଁ ।
ବିଧାନ ସଭା ରେ କେତେ ଏଭଳି ପ୍ରକଳ୍ପ ଅଧା ପନ୍ତରିଆ ଅଛି ଓ କିଏ ଏହି କାମ ନେଇଛି ତାହାକୁ ନେଇ ପ୍ରଶ୍ନ କରାଯାଇଥିଲେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଉତ୍ତର ଆସିଛି ବୋଲି ସେ କହିଛନ୍ତି ।
ଛୋଟ ଛୋଟ ଟେଣ୍ଡର କୁ ମିଶାଇ ବଡ଼ କରିବା କାହା ନିର୍ଦେଶ ରେ ହେଉଛି ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।