ପାରଳାଖେମୁଣ୍ଡି- ଗଜପତି ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ଅବସର ଗ୍ରହଣ କରିବା ପରେ ନୂତନ ଭାବେ କେହି ଅଧିକାରୀ ତାଙ୍କ ସ୍ଥାନରେ ଯୋଗ ଦେଇନାହାଁନ୍ତି । ଏପରି ସ୍ଥିତିରେ ଏସିଏସଓ ଦାୟୀତ୍ୱରେ ରହି କାର୍ଯ୍ୟ ଭାର ତୁଲାଉଛନ୍ତି ।
ବିଭାଗ ପକ୍ଷରୁ ପ୍ରତ୍ୟେକ ମାସରେ ଖାଉଟି ମାନଙ୍କୁ ଚାଉଳ ବା ଗହମ ଆବଶ୍ୟକ ପ୍ରକାରେ ଯୋଗାଇ ଦିଆଯାଇଥାଏ । କିନ୍ତୁ, ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେଉଥିବା ଖାଉଟିମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ସମ୍ପୃକ୍ତ ପଦବୀକୁ ତୁରନ୍ତ ପୂରଣ କରିବା ପାଇଁ ଦାବି ହେଉଛି ।