ଖୋର୍ଦ୍ଧା, ସୁନା ଗହଣା ସଫେଇ ଆଳରେ ମହିଳାଙ୍କୁ ଲୁଟ୍ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ବଡ଼ପାରି ପଞ୍ଚାୟତର ନୂଆ ଗାଁରେ। ଲୁଟେରା ଜଣକ ନିଜକୁ ରୟାଲ କମ୍ପାନୀ କର୍ମଚାରୀର ପରିଚୟ ଦେଇଥିଲେ। ପରେ ସୁନା ଗହଣା ସଫେଇ କରିବା ଆଳରେ ଦୁର୍ବୃତ୍ତମାନେ ମହିଳାଙ୍କ ଠାରୁ ଗୋଟିଏ ମଙ୍ଗଳସୂତ୍ର ଓ ୨ ହଳ କାନ ରିଙ୍ଗ୍ ଲୁଟି ନେଇଛନ୍ତି । ଏନେଇ ମହିଳା ଜଣକ ଟାଙ୍ଗି ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଟାଙ୍ଗି ଥାନା ବଡ଼ପାରି ପଞ୍ଚାୟତ ନୂଆ ଗାଁର ଆଶାମଣୀ ନାୟକ ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ନିଜକୁ ରୟାଲ କମ୍ପାନୀ କର୍ମଚାରୀର ପରିଚୟ ଦେଇ ସୁନା ଗହଣା ସଫେଇ କରିବାକୁ କହିଥିଲେ। ସୁନା ଗହଣା ସଫା କରିବା ଆଳରେ ଲୁଟେରାମାନେ ମହିଳାଙ୍କ ଠାରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗହଣା ଲୁଟ୍ କରିଛନ୍ତି। ତେବେ ମହିଳାଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।