ପୁରୀ ଜିଲ୍ଲା ର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ରାଜକିଶୋର ସ୍ୱାଇଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ଜନ୍ମ ମାଟି ପାରିପୋଟଳୀ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାର ସେଚ୍ଛାସେବୀ ଆନ୍ଦୋଳନ ର ମୁଖ୍ୟ ପୁରୋଧା ସୋଲାର ସଂସ୍ଥାର ପ୍ରତିଷ୍ଠାତା ହରିଶ୍ ଚନ୍ଦ୍ର ଦାଶ ଙ୍କ ସଭାପତିତ୍ବ ରେ ଆରମ୍ଭ ହୋଇଥିବା ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ ସମାଜସେବୀ ସଂଗଠନ ର କର୍ମକର୍ତ୍ତା ଯୋଗ ଦେଇ ଥିଲେ।
ସ୍ବର୍ଗତ ରାଜକିଶୋର ସ୍ୱାଇଁ ସମାଜସେବା କ୍ଷେତ୍ର ରେ ଏକ ବଳିଷ୍ଠ ଉଦାହରଣ ଥିଲେ। ଦଳିତ ନିଷ୍ପେସିତ ଲୋକ ମାନଙ୍କ ପାଇଁ ଅନେକ ଯୋଜନା ବଧ କାର୍ଯ୍ୟ କରିବାରେ ସେ ଥିଲେ ଆଗ ଧାଡ଼ି ର ନେତା। ଓଡ଼ିଶା ସରକାର ଙ୍କ ମାନ୍ୟତାପ୍ରାପ୍ତ ରାଜ୍ୟ ସ୍ତରୀୟ ପ୍ରଶିକ୍ଷକ ହିସାବରେ ସେ ଥିଲେ ଅତୁଳନୀୟ। ସରକାରଙ୍କର ବିଭିନ୍ନ ବିଭାଗ ର କର୍ମକର୍ତ୍ତା ମାନଙ୍କୁ ସେ ଲଗାତର ପ୍ରଶିକ୍ଷଣ ଦେଉଥିଲେ। ପରିବେଶ ସୁରକ୍ଷା, ମହିଳା ଙ୍କ ଅଧିକାର, ଶିଶୁ ଶ୍ରମିକ ପ୍ରଥା ର ଉଚ୍ଛେଦ, ଜଳ ପରିମଳ, ସୁରକ୍ଷିତ ପାନୀୟ ଜଳ ଯୋଗାଣ, ବିକାଶ ମୁଖି ଅନୁଷ୍ଠାନ ର ସୂ ପରିଚାଳନା, ବୃକ୍ଷ ରୋପଣ , ସ୍ବାସ୍ଥ୍ୟ ସେବା ଆଦି ବିଭିନ୍ନ କ୍ଷେତ୍ର ରେ ଲୋକ ମାନେ କିଭଳି ଜଡ଼ିତ ହେବେ ଓ ସୁଫଳ ପାଇବେ ସେଥି ପାଇଁ ଅହରହ ଚେଷ୍ଟା ଜାରି ରଖିଥିଲେ ସ୍ବର୍ଗତ ରାଜକିଶୋର ସ୍ୱାଇଁ।
ଭାରତ ସରକାର ଙ୍କ ନେହେରୁ ଯୁବ କେନ୍ଦ୍ର , ପୁରୀ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ନେଟ୍ ୱାର୍କ, ପାଣି ସଂଗଠନ, କିଭୋ ପରିବାର, ଶିଶୁ ଶ୍ରମିକ ସୁରକ୍ଷା ପରିଷଦ ଆଦି ଅନେକ ଅନୁଷ୍ଠାନ ସହ ସେ ପ୍ରତ୍ୟକ୍ଷ ଭାବରେ ସସ୍ଲିଷ୍ଟ ଥିଲେ ବୋଲି ସଭା ରେ ମତ ପ୍ରକାଶ ପାଇଥିଲା।
ବରିଷ୍ଠ ସମାଜସେବୀ ଉମାକାନ୍ତ ମହାନ୍ତି, ପ୍ରଦୀପ କୁମାର ମହାରଣା, ନକୁଳ ଚନ୍ଦ୍ର ସ୍ୱାଇଁ, ସୁଶାନ୍ତ ତ୍ରିପାଠୀ, ବାଦଲ କୁମାର ବେହେରା, ପୂର୍ଣ୍ଣ ଚନ୍ଦ୍ର ଦାସ , ସୁଧାକର ଭୋଳ, ଲଭଲି ଦାସଗୁପ୍ତା ପ୍ରମୁଖ ସ୍ବର୍ଗତ ରାଜକିଶୋର ସ୍ୱାଇଁ ଙ୍କ ର ସ୍ମୃତି ଚାରଣ କରିଥିଲେ।
କିଭୋ ପରିବାର ତରଫରୁ ପ୍ରଭୁ କଲ୍ୟାଣ ଦାଶ, ପ୍ରତାପ ମିଶ୍ର, ନିରଞ୍ଜନ ବେହେରା, ବିଶ୍ୱଜିତ୍ ଦାଶ ପ୍ରମୁଖ ଓ ପୁରୀ ଜିଲ୍ଲା ସେଚ୍ଛାସେବୀ ସଂଗଠନ ସମନ୍ଵୟ ସମିତି ତରଫରୁ ପୂର୍ଣ୍ଣ ଚନ୍ଦ୍ର ଦାସ ଉପସ୍ଥିତ ରହି ସ୍ବର୍ଗତ ରାଜକିଶୋର ସ୍ୱାଇଁ ଙ୍କ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
ନୁକଳ ସ୍ୱାଇଁ ଙ୍କ ନେତୃତ୍ୱ ରେ ନୀରବ କ୍ୟାଣ୍ଡେଲ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭା ଗ୍ରାମବାସୀ ଙ୍କ ତରଫରୁ ଆୟୋଜନ କରା ଯାଇ ଥିଲା। ଗୋପାଳ କୃଷ୍ଣ ଜେନା, ଜଳନ୍ଧର ବରାଳ, ଚିନ୍ମୟ ଦେବ ପ୍ରମୁଖ ସହଯୋଗ କରିଥିଲେ।