
ସେମିଳିଗୁଡ଼ା. ବହୁ ପ୍ରତୀକ୍ଷିତ ସେମିଳିଗୁଡ଼ାସ୍ଥିତ ସହିଦ ଲକ୍ଷ୍ମଣ ନାୟକ କମ୍ପେଟେଟିଭ୍ ପରୀକ୍ଷା କେନ୍ଦ୍ରରେ ସିଭିଲ୍ ସର୍ଭିସ୍ ପରୀକ୍ଷାର୍ଥୀଙ୍କ ପ୍ରଥମ ବ୍ୟାଚ୍ ପାଇଁ ନିୟମିତ କ୍ଲାସ୍ ଆଜିଠାରୁ ଆରମ୍ଭ ହୋଇଛି।ବହୁ ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ଏହି ନିୟମିତ କ୍ଲାସ୍ ଆନୁଷ୍ଠାନିକ ଭାବେ ଆଜି ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଶୁଭେଚ୍ଛା ଜଣାଇବା ସହ ବିଶ୍ୱବିଦ୍ୟାଳୟ ତରଫରୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯାଉଥିବା ସମସ୍ତ ପ୍ରଶିକ୍ଷଣର୍ଥୀ/ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ସହିଦ ଲକ୍ଷ୍ମଣ ନାୟକ ପରୀକ୍ଷା କେନ୍ଦ୍ର, ସେମିଳିଗୁଡା ଆମ ଦେଶ ଗଠନ ପ୍ରକ୍ରିୟାରେ ଉତ୍ତମ ଅମଲାତନ୍ତ୍ର ଓ ପ୍ରଶିକ୍ଷିତ ମାନବ ସମ୍ବଳ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ଜିଲ୍ଲା ଖଣିଜ ଫାଉଣ୍ଡେସନର ସମସ୍ତ ସଦସ୍ୟ, କୋରାପୁଟର ସମସ୍ତ ବିଧାୟକ, ଜିଲ୍ଲାପାଳ ଏବଂ ତାଙ୍କ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଏହି ମହାନ ପଦକ୍ଷେପ ପାଇଁ ଯେଉଁ ପ୍ରୟାସ କରିଛନ୍ତି ତାହାକୁ ସେ ପ୍ରଶଂସା କରିଥିଲେ।
କୋରାପୁଟ ବିଧାୟକ ତଥା କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ରଘୁରାମ ପାଡାଲ; ଶ୍ରୀ ପ୍ରୀତମ ପାଢ଼ୀ, ବିଧାୟକ, ପଟ୍ଟାଙ୍ଗୀ; ଶ୍ରୀ ପ୍ରଭୁ ଜାନୀ, ମାନ୍ୟବର ବିଧାୟକ, ଲକ୍ଷ୍ମୀପୁର; କୋରାପୁଟର ପୂର୍ବତନ ସାଂସଦ ଝିନା ହିକ୍କା, ଜିଲ୍ଲା ପରିଷଦ କୋରାପୁଟ ଅଧ୍ୟକ୍ଷା ମାଦାମ ସୁସ୍ମିତା ମେଲେକା; ଡ.ରାଜେନ୍ଦ୍ର ପାତ୍ର, ସୁନାବେଡ଼ା ପୌରପାଳିକା ଅଧ୍ୟକ୍ଷ; ସୁନାବେଡା ପୌରପାଳିକାର ଉପାଧ୍ୟକ୍ଷା ରିତୁ କଣ୍ଟା; କୋରାପୁଟ ସ୍ବତନ୍ତ୍ର ଉନ୍ନୟନ ସମିତି ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ମାଝି; ସେମିଲିଗୁଡା ବ୍ଲକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ; ଶ୍ରୀ ଅଭିନବ ସୋନକର, ଆଇପିଏସ, ପୋଲିସ ଅଧୀକ୍ଷକ; ଶ୍ରୀ ଗୌରବ ଶିବାଜୀ ଇସଲୱାର, ଆଇଏଏସ୍, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କୋରାପୁଟ ଜିଲ୍ଲାପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ; ଆଇଏଏସ୍ ପ୍ରୋବେସନରୀ ଅଫିସର ତଥା ଡିଏମ୍ଏଫ୍ ନୋଡାଲ ଅଫିସର ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ; ଶ୍ରୀ ସୋମନାଥ ପ୍ରଧାନ, ଓଏଏସ୍, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍; ଶ୍ରୀ ରମେଶ ଚନ୍ଦ୍ର ପ୍ରଧାନ, ଏସ୍ ଡିସି, କୋରାପୁଟ; ଭାରପ୍ରାପ୍ତ ରେଜିଷ୍ଟ୍ରାର ପ୍ରଫେସର ଏନ୍ ସି ପଣ୍ଡା; ଉପଦେଷ୍ଟା ଶିକ୍ଷାବିତ୍ ପ୍ରଫେସର ସୁଧେନ୍ଦୁ ମଣ୍ଡଳ; ଡ. ପ୍ରଶାନ୍ତ ମେଶ୍ରାମ, ପରୀକ୍ଷା ନିୟନ୍ତ୍ରକ; ଡ. ଫଗୁନାଥ ଭୋଇ, ଲୋକସମ୍ପର୍କ ଅଧିକାରୀ; ଡ. ମାନସ କୁମାର ମଲ୍ଲିକ, ଡ. ଚନ୍ଦ୍ର ଖେମୁଣ୍ଡୁଙ୍କ ଉପସ୍ଥିତ ରହି ସମେତ ନୂତନ ପ୍ରଶିକ୍ଷାର୍ଥୀ/ଛାତ୍ରଛାତ୍ରୀ ସମ୍ମୁଖରେ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଏହି କେନ୍ଦ୍ର ଦେଶ ପାଇଁ ଉତ୍ତମ ସଂଖ୍ୟକ ପ୍ରଶାସନିକ କର୍ମଚାରୀ ସୃଷ୍ଟି କରିବେ ବୋଲି ସେମାନେ ଆଶା ବ୍ୟକ୍ତ କରିଥିଲେ।
ଏହି କେନ୍ଦ୍ରର ଆସୋସିଏଟ୍ ପ୍ରଫେସର ତଥା କୋର୍ସ ଡାଇରେକ୍ଟର ଡ. କପିଳା ଖେମୁଣ୍ଡୁ ସ୍ୱାଗତ ଭାଷଣ ଦେଇଥିଲେ। ଭଗବାନ ପଟିଆ, ଡ. ଚନ୍ଦ୍ର ଖେମୁଣ୍ଡୁ, ଶ୍ରୀ ନବୀନ ଗରଡ଼ା ଓ ଶ୍ରୀ ପୂର୍ଣ୍ଣ ଖିଲ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।