ପାରଳାଖେମୁଣ୍ଡି- ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କ ପକ୍ଷରୁ ଆସନ୍ତା ୨୪ ତାରିଖ ଦିନ ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେବ । ଏହା ଗ୍ରାମ୍ୟ ଉନ୍ନୟନ ସଭାଗୃହରେ ପୂର୍ବାହ୍ନ ୯ଟା ସମୟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ଅଭିଯୋଗ ମାନ ପଞ୍ଜିକରଣ ସକାଶେ ତାଙ୍କ କାର୍ଯ୍ୟାଳୟରେ ବ୍ୟବସ୍ଥା କରାଯାଇଛି । ଅଭିଯୋଗକାରୀ ନିଜେ ଆସି ଅଭିଯୋଗ କରିପାରିବେ । ନଚେତ୍ କାହାରି ମାଧ୍ୟମରେ ଅଭିଯୋଗ ପଠାଇ ଏହାକୁ ପଞ୍ଜିକରଣ କରାଇପାରିବେ ।
ଏହି ଜନଶୁଣାଣୀରେ ଜାତୀୟ ଆୟୋଗର ଜଣେ ସଭ୍ୟ ଯୋଗଦେବେ । ଏଥିରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷ ଓ ତିନି ଜଣ ସଭ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।