
ପୁରୀ- ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ର ସଫଳ ଅବତରଣ ଏବଂ ୪ର୍ଥ ଦେଶ ଭାବେ ସମଗ୍ର ବିଶ୍ୱରେ ଭାରତର ପରାକ୍ରମ, ପରାକାଷ୍ଠା ପ୍ରଦର୍ଶନ ପରିପ୍ରେକ୍ଷୀରେ ଏକ ମାନବ ଶୃଙ୍ଖଳ ମାଧ୍ୟମରେ ଇସ୍ରୋବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯଇଛି ।
ଆଜି ଅଠରନଳାରେ ଭଗବତୀ ବିଦ୍ୟା ନିକେତନ ପକ୍ଷରୁ ଏକ ମାନବ ଶୃଙ୍ଖଳ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟଳୟର ବିଦ୍ୟାର୍ଥୀ ଏବଂ ଅଭିଭାବକମାନେ ଭାଗନେଇ ଭାରତମାତାର ଜୟଗାନ କରିବା ସଂଗେ ସଂଗେ ଜାତୀୟ ପତାକା ଉଡାଇ ଖୁସି ମନାଇଥିଲେ । କୁନିକୁନି ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଦେଶପ୍ରେମ ସହିତ ଭ୍ରାତୃଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁରୀ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ମମତା ମିଶ୍ର,ବିଦ୍ୟାଳୟର ସଂପାଦକ ମହେନ୍ଦ୍ର ବିଶୋଇ ,ସହ ସଂପାଦକ ଲକ୍ଷ୍ମୀଧର ମାଝୀ,ପ୍ରଧାନ ଶିକ୍ଷୟିତ୍ରୀ କ୍ରୀଷ୍ଣା କୁମାରୀ ଦେଈ,ପ୍ରତିଷ୍ଠାତା ସଦସ୍ୟ ରମେଶ ଚନ୍ଦ୍ର ଦାଶ,ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି,ଶ୍ୟାମ ପ୍ରକାଶ ସେନାପତି,ପ୍ରଭାତ ଚନ୍ଦ୍ର ରଥ ,ଡକ୍ଟର ହେମନ୍ତ ଛୋଟରାୟ,ବିଭୁତିଭୂଷଣ ପଟ୍ଟନାୟକ,ସୁକାନ୍ତ କୁମାର ପତି, ଡାକ୍ତର ପ୍ରଫୁଲ୍ଲ ମହାପାତ୍ରଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ ।