କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଭକ୍ତଙ୍କ ପାଇଁ ତିନିଦ୍ୱାର ଖୋଲା ଯିବାକୁ ଦାବିକରି ସଚେତନ ନାଗରିକ ମଞ୍ଚ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପାଞ୍ଚ ଜଣିଆ ପ୍ରତିନିଧି ଦଳ ସହ ରାଜ୍ୟପାଳ ଆଲୋଚନା କରିଛନ୍ତି । ଏହି ଦାବି ସମ୍ପର୍କରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲା ପରିଷଦ ପୂର୍ବତନ ସଭାପତି ଶଙ୍କର୍ଷଣ ପରିଡ଼ା, ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ଆବାହକ ର୍ଯ୍ୟନାରାୟଣ ରଥ, ସ୍ତମ୍ଭକାର ହରିଶଙ୍କର ମିଶ୍ର ଏବଂ ଶ୍ରୀଜଗନ୍ନାଥ ତୀର୍ଥଯାତ୍ରୀ ସେବା ସମିତି ସଭାପତି ସଚ୍ଚିନନ୍ଦନ ଦାସ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯାଉଥିବାରୁ ପ୍ରତ୍ୟେକ ଦିନ ସିଂହଦ୍ଵାର ସମ୍ମୁଖରେ ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବା ସହ ନାହିଁ ନଥିବା ଦୁର୍ଦଶା ଭୋଗୁଥିବା ସେମାନେ ପ୍ରକାଶ କରିଥିଲେ | ଶ୍ରୀମନ୍ଦିର ଚାରିଦ୍ଵାର ଦେଇ ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଗଲେ ଏହି ସମସ୍ୟାର ସମାଧାନ ହେବା ସହ ଭକ୍ତମାନେ ଅବାଧରେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ବୋଲି ସେମାନେ ଯୁକ୍ତି ବାଢ଼ିଥିଲେ। କୋଭିଡ ସମୟରେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେବଳ ସିଂହଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଥିଲା। ଏବେ ସ୍ଥିତି ସମ୍ପୂର୍ଣ୍ଣ ସ୍ଵାଭାବିକ ହୋଇଥବାରୁ ଚାରିଦ୍ଵାର ଦେଇ ମନ୍ଦିର ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯିବାକୁ ସେମାନେ ଅନୁରୋଧ କରିଛନ୍ତି । ଏହାଛଡ଼ା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନଥିବାରୁ ମନ୍ଦିର ଭିତରେ ବହୁ ଭକ୍ତ ଚେତାଶୂନ୍ୟ ହେବା ସହ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଥବା ସେମାନେ ଭିଯୋଗ କରିଛନ୍ତି । ପୁରୀ ସହରର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କଠାରୁ ସଂଗୃହୀତ ଦସ୍ତଖତ ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି।
Related Stories
November 22, 2024