
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ସାହିତ୍ୟିକ ରାଧାମୋହନ ଗଡନାୟକଙ୍କୁ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି, ଓଡ଼ିଆ ସାହିତ୍ଯର ଅବିସ୍ମରଣୀୟ ବ୍ୟକ୍ତିତ୍ବ କବି ରାଧାମୋହନ ଗଡ଼ନାୟକଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ଆଧୁନିକ ଓଡ଼ିଆ କାବ୍ୟ ସହ ଛନ୍ଦ କବିତାକୁ ସମୃଦ୍ଧ କରିବାରେ ତାଙ୍କର ଅତୁଳନୀୟ ଅବଦାନ ସର୍ବଦା ସ୍ମରଣୀୟ।