
ଅଭିଯୁକ୍ତ ,ଆକାଶର ଘର ନବରଙ୍ଗପୁର ଜିଲ୍ଲାରେ ହେଲେ ଲୁଟ ର କାରନାମା ଚଳାଇଥିଲା କୋରାପୁଟ ଜିଲ୍ଲାରେ। ଅଭିଯୋଗ ଅନୁସାରେ, ବୋରିଗୁମ୍ମା ବ୍ଲକର ବିଭିନ୍ନ ଗାଁକୁ ଗାଁ ବୁଲି ପାଖାପାଖି ୫୦୦ ରୁ ୬୦୦ ଲୋକଙ୍କୁ ଆଧାର କାର୍ଡ କରାଇ ଦେବା ବାବଦକୁ ଲୋକଙ୍କୁ ଚୁନ ଲଗେଇଛି ଅଭିଯୁକ୍ତ ଆକାଶ । ଲୋକଙ୍କ ପାଖରୁ କାହାଠାରୁ ୧୫୦ ଟଙ୍କା ତ କାହା ଠାରୁ ୧୦୦ ଟଙ୍କା ଆଧାର କାର୍ଡ କରିବା ନାଁରେ ଲୁଟି ନେଉଥିଲା। ଲୁଟିବାର ତରିକା ମଧ୍ୟ ରହିଥିଲା ଅଲଗା। ଲୋକେ କିପରି ବିଶ୍ଵାସ କରିବେ ଏବଂ ଠକୁଥିବା ଜାଣିପାରିବେ ନାହିଁ ତାକୁ ଆଧାର କରି ସମସ୍ତ ପ୍ରକାରର କାଗଜ ପତ୍ର, ଷ୍ଟାମ୍ପ ସହ ଏହି ନକଲି ଏଜେଣ୍ଟ ପ୍ରଥମେ ଗାଁ ର ଅଙ୍ଗନୱାଡ଼ି କର୍ମୀଙ୍କ ସହ ସମ୍ପର୍କ ଯୋଡୁଥିଲା। ପରେ ସେହି ଅଙ୍ଗନୱାଡ଼ି କର୍ମୀ ମାଧ୍ୟମରେ ଗାଁ ଲୋକଙ୍କ ସହ ସମ୍ପର୍କ ଯୋଡି ନକଲି ଫର୍ମରେ ସେମାନଙ୍କ ଠିକଣା ଓ ଟଙ୍କା ନେଇ ଚାଲି ଯାଉଥିଲେ। ଗୋଟିଏ ପରେ ଗୋଟିଏ ଗାଁର ଲୋକଙ୍କୁ ଏହି ଉପାୟରେ ଲୁଟୁଥିଲା । ଦିନ ପରେ ଦିନ ବିତିଲା, ଆଧାର କାର୍ଡ ନ ମିଳିବାରୁ ଗ୍ରାମବାସୀ ମିଳିତ ହୋଇ ଏହି ଠକ ଏଜେଣ୍ଟ ଆକାଶକୁ ଧରି ଶେଷରେ ଆମ୍ବାଗୁଡା ପୋଲିସକୁ ହସ୍ତାନ୍ତର କରିଛନ୍ତି । ଏହି ଠକ ଗ୍ୟାଙ୍ଗରେ ଆଉ କେତେଜଣ ଅଛନ୍ତି, କେତେ ଟଙ୍କା ଲୁଟିନେଇଛନ୍ତି ତାହା ଅନୁସନ୍ଧାନ କରୁଛି ପୋଲିସ।