ଭୁବନେଶ୍ୱର, ବାର୍ଷିକିଆ ଏଗ୍ରିମେଂଟ ଆଧାରରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଏଇ ଏକ ଦୁର୍ଭାଗ୍ୟ ଜନକ କଥା । ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଶ୍ରୀ ବାହିନୀପତି କହିଛନ୍ତି ଯେ ଆମେ ଦେଖିଛେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଠିକା ନିଯୁକ୍ତି ଓ ଆଉଟ ସୋର୍ସିଙ୍ଗ ଉଠିଗଲା । ସେତେବେଳେ ସମସ୍ତେ ସ୍ୱାଗତ କରିଥିଲେ । ବର୍ତ୍ତମାନ ରାଜ୍ୟରେ ପ୍ରାୟ ଲକ୍ଷେ ପୋଷ୍ଟ ଖାଲି ଅଛି ।ହେଲେ ୨୦ ହଜାର ପୋଷ୍ଟ ବାହାର କରିଛନ୍ତି । ଏ ନିଯୁକ୍ତି କେବଳ ନିର୍ବାଚନ ପାଇଁ । ନିର୍ବାଚନ ସରିଲେ ତାଙ୍କୁ ବିଦା କରିଦେବେ । ହେଲେ କାହିଁକି ଡାଇରେକ୍ଟ ନିଯୁକ୍ତି ଦିଆଯିବ ନାହିଁବୋଲି ସେ ପ୍ରଶ୍ନ କରିଛନ୍ତି .
ସେ ପ୍ରଶ୍ନ କରିଛନ୍ତି ପୂର୍ବରୁ କାହିଁକି ତାହାଲେ ଠିକା ପ୍ରଥା ଉଛେଦ ହେଲା ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ରାଜ୍ୟ ସରକାର ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ସହ ଖେଳୁଛନ୍ତି ବୋଲି ସେ କହିଛନ୍ତି ।