ଭୁବନେଶ୍ୱର, ସମଗ୍ର ଶିକ୍ଷା ନିୟମାବଳୀ ଅନୁଯାୟୀ ୨୦ ହଜାର ଶିକ୍ଷକଙ୍କୁ ଯୋଜନା ଭିତ୍ତିକ ନିଯୁକ୍ତି ଦିଆଯିବ । ରାଜ୍ୟର ଗଣ ଶିକ୍ଷା ବିଭାଗର ସଚିବ ଅଶ୍ୱଥି ଏସ୍ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ୨୦ ହଜାର ପୋଷ୍ଟ ପାଇଁ ଓସେପା ପକ୍ଷରୁ ବିଜ୍ଞାପନ ବାହାରିବ । ୨୦୧୬ ରେ ନିଯୁକ୍ତି ବନ୍ଦ ଥିଲା । ୭ ବର୍ଷ ପରେ ଏହି ନିଯୁକ୍ତି ହେଉଛି । ଆଶା କରୁଛୁ ବିନା ବାଧା ବିଘନରେ ଆମେ ଏହି ପ୍ରକ୍ରିୟା ଶେଷ କରିବୁ । ବିଂଜ୍ଞପ୍ତି ଅନୁଯାୟୀ ସମସ୍ତ ପ୍ରକ୍ରିୟା କରାଯିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଯୋଜନା ଭିତ୍ତିକ ନିଯୁକ୍ତି ହେବ । ଆମ ସରକାରଙ୍କ ପକ୍ଷରୁ କୋହଳ କରାଯାଇଛି କି ସମଗ୍ର ଶିକ୍ଷା ଅନ୍ତର୍ଗତ ନିଯୁକ୍ତି ହୋଇଥିଲେ ମଧ୍ୟ ସେମାନଙ୍କୁ ମଧ୍ୟ ରେଗୁଲାର କରିବାର ନିଷ୍ପତ୍ତି ନିଆଯାଇଛି । ରେଗୁଲାର କରାଯିବ କିନ୍ତୁ କେଉଁ ପ୍ରକ୍ରିୟାରେ ସେମାନେ ରେଗୁଲାର ହେବେ ତାହା ଆମେ ବିଂଜ୍ଞପ୍ତି ରେ ଦେଇଛୁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି, ନିଯୁକ୍ତି ସମ୍ପର୍କରେ ଆବେଦନକାରୀ କେବଳ ଓସେପା ୱେବ ସାଇଟ ରୁ ହିଁ ତଥ୍ୟ ନିଅନ୍ତୁ । ଅନ୍ୟ କୌଣସି ୱେବ ସାଇଟ କୁ ଫଲୋ କରନ୍ତୁନି ଏହା ଶିକ୍ଷା ବିଭାଗର ଅପିଲ ।