ଭୁବନେଶ୍ୱର, ନୂଆ ପ୍ରକ୍ରିୟାରେ କେଉଁ ମାନେ ଯୋଗ୍ୟ ବିବେଚିତ ହେବେ ଓ ସେମାନଙ୍କର ଟର୍ମ ଆଣ୍ଡ କଣ୍ଡିସନ କଣ ରହିବ ଓସେପା ସେ ଦିଗରେ କାର୍ଯ୍ୟ କରୁଛି ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି । ନିଯୁକ୍ତି ପାଇବାକୁ ଯାଉଥିବା ୨୦ ହଜାର ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ବିବାଦ ପରେ ମନ୍ତ୍ରୀ ଶ୍ରୀ ମାରାଣ୍ଡି ଏହି ସ୍ପଷ୍ଟୀକରଣ ଦେଇଛନ୍ତି ।
ସେ କହିଛନ୍ତି ଯେ, ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇବେ । ମୁଖ୍ୟମନ୍ତ୍ରୀ ଏପରି ଐତିହାସିକ ନିଷ୍ପତ୍ତି ନେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି । ଠିକା ନିଯୁକ୍ତି ବିଷୟରେ ସମସ୍ତେ ଅବଗତ ଅଛନ୍ତି । ହାଇସ୍କୁଲ କ୍ଷେତ୍ରରେ କଣ ନିୟମ ଥିଲା, କଣ ହୋଇଛି ତାକୁ ସମସ୍ତେ ଜାଣିଛନ୍ତି । ଯାହା ସରକାରଙ୍କ ନୀତିଗତ ନିଷ୍ପତ୍ତି ହେବ ସେହି ଅନୁସାରେ କାମ ହେବ ବୋଲି ସେ କହିଛନ୍ତି ।