କନ୍ଧମାଳ ,ଭିଜିଲାନ୍ସ ଜାଲରେ ରାତ୍ର ଜଗୁଆଳି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟ ରେ ତହସିଲ କାର୍ଯ୍ୟାଳୟ ରେ ରାତ୍ର ଜଗୁଆଳି ଭାବରେ କାର୍ଯ୍ୟରତ ଅଜୟ କୁମାର ମଲ୍ଲିକ ନାମକ ଜଣେ ରାତ୍ର ଜଗୁଆଳି ଙ୍କୁ ଭିଜିଲାନ୍ସ କାବୁକରିବାରେ ସଫଳ ହୋଇଛି । ସମ୍ପୃକ୍ତ ରାତ୍ର ଜଗୁଆଳି ଜଣକ ଫିରିଙ୍ଗିଆ ତହସିଲ ଅନ୍ତର୍ଗତ ପଳାବୃଡି ପଞ୍ଚାୟତ ଅଧୀନରେ ଥିବା ଆପାବିରୁ ଗାଁ ର ବିଜୁ କହଁର ନାମକ ଜଣେ ବ୍ୟକ୍ତିଙ୍କ ପାଖରୁ ମିଉଟେସନ ଓ ପଟ୍ଟା କରିବା ନାଁରେ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ଅଜୟ ନାଁରେ ଅନେକ ଦିନ ଧରି ଅଭିଯୋଗ ହୋଇଆସୁଥିଲା । ଆପାବୀରୁ ଗାଁ ର ଏହି ବ୍ୟକ୍ତି ଙ୍କ ପାଖରୁ ପଟ୍ଟା କରିଦେବା ନାଁରେ ଆଗରୁ ମଧ୍ୟ୍ୟ ୩୫ ହଜାର ଟଙ୍କା ନେଇସାରିଥିବା ବେଳେ ପରେ ଆଉ ଆଠ ହଜାର ଟଙ୍କା ପରେ ଦେବ ବୋଲି କହିଥିଲେ । ଏହାକୁ ନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ । ତେବେ ବୁଧବାର ସମ୍ପୃକ୍ତ ରାତ୍ର ଜଗୁଆଳି ଙ୍କୁ ଧରିବା ପାଇଁ ଭିଜିଲାନ୍ସ ଏକ ଯୋଜନା କରିଥିଲା । ପୂର୍ବ ପ୍ରସ୍ତୁତି କ୍ରମେ ବିଜୁ କହଁର, ରାତ୍ର ଅଜୟ କୁ, ତହସିଲ କାର୍ଯ୍ୟାଳୟ ବାହାରେ ଆଉ ଆଠ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଗିରଫ କରିଛି । ତେବେ ଭିଜିଲାନ୍ସ ଡ଼ିଏସପି ହେମନ୍ତ କୁମାର ମହାନ୍ତି ଏବଂ ସୁରେଶ କୁମାର କହଁର ଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇ ଥିବା ବେଳେ ଟିମ ଭିଜିଲାନ୍ସ ବିଭାଗ ର ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ୍ୟ ସାମିଲ ଥିଲେ ।
Related Stories
November 22, 2024