
ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟ ପ୍ରାଙ୍ଗଣରେ ଚନ୍ଦ୍ରୟାନ ତୃତୀୟ ର ସଫଳତା ପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବିଘ୍ନନାଶକ ଶ୍ରୀ ଗଣପତିଙ୍କ ଫଟୋରେ ପୂଜାର୍ଚ୍ଚନା ସହ ଦୀପ ପ୍ରଜ୍ୱଳନ କରି ସଫଳ କାମନା କରିଥିଲେ ।ଏଥିରେ ୭୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପ୍ରାର୍ଥନା କରିବା ସହିତ ଭଗବାନ୍ ଙ୍କୁ ସଫଳ କରିବା ପାଇଁ ମନାସିଥିଲେ । ଏହି କାର୍ଯ୍ୟକ୍ରମରେ ଇତିହାସ ବିଭାଗର ମୁଖ୍ୟ ନମିତା ଦଣ୍ଡସେନା ମୁଖ୍ୟ ବକ୍ତା ରୂପେ ଯୋଗଦାନ କରି ଚନ୍ଦ୍ରୟାନ ର ଅବତରଣ ବିଷୟରେ ପିଲାମାନଙ୍କୁ ଆଜିର ଦିବସକୁ ଐ ତିହାସିକ ଗୌରବ ଦିବସ ରୂପେ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ସଂସ୍ଥା ଯୋଜନା ଅଧିକାରୀ ପ୍ରେମ ରେଖା ଭତ୍ରା , ପ୍ରମେୟ କୁମାର ମହାନ୍ତି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।ବର୍ଷା ବିଜୟନୀ,ପ୍ରିୟ ଦର୍ଶନୀ ବଳ ଏବଂ ଅନୁସ୍ମିତା ଖରା,ରାଜା ପ୍ରଧାନ, ରିଙ୍କୁ ସମରଥ, ଭଗବତୀ ମଣ୍ଡଳ, ସତ୍ୟଜିତ ଗୌଡ଼ ପିଲାମାନଙ୍କୁ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ନିଜର ମତ ରଖିବା ସହିତ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପିକା ଅଧ୍ୟାପକ ଅଣ ଶିକ୍ଷକ କର୍ମଚାରୀ ବୁଦ୍ଧିଜୀବୀ ଏବଂ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ସଭା ଶେଷରେ ଓଡ଼ିଆ ଅଧ୍ୟାପକ ଟୁକୁନା ବଡୁ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ଛାତ୍ରୀ ମାନେ ଭାରତ ମାତା କି ଜୟ , ଜୟ ହୋ ଗାନ କରି ଠାକୁରଙ୍କୁ ମୁଣ୍ଡିଆ ମାରି ସଫଳ କାମନା କରିଥିଲେ ।