
ଚମ୍ପୁଆ,ଚମ୍ପୁଆ ବ୍ଲକ ରଜିଆ ପଂଚାୟତ ଅନ୍ତର୍ଗତ କଂଚନପୁର ବଡାମବୁଢା କ୍ଲବ ଆନୁକୂଲ୍ୟରେ ଦ୍ୱିଦିବସୀୟ ଗ୍ରାମୀଣ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଂଟରେ ଦୂର ଦୁରାନ୍ତରୁ ଆସିଥିବା ୧୬ ଟି ଆଞ୍ଚଳିକ ଦଳ ଅଂଶଗ୍ରହଣ କରିଥିବାବେଳେ ଫାଇନାଲ ଖେଳରେ କିଙ୍ଗ ଅଫ ଦି ବ୍ରାଜିଲ ସେନା ନିମେଇପୋଖରୀ ଦଳ ଜୁନିଅର ଏଫସି ବାଲିବନ୍ଧକୁ ୧ – ୦ ରେ ହରାଇ ଚମ୍ପିୟାନ ବିବେଚିତ ହୋଇଥିଲା ଏବଂ ସେମି ଫାଇନାଲରେ ପିୟୁ ଷ୍ଟାର କଇଁନ୍ତା ଟିମ ସୁନ୍ଦର ଖେଳ ପ୍ରଦର୍ଶନ କରି ଯଥାକ୍ରମେ ତୃତୀୟ ସ୍ଥାନ ଅଧିକାର କରିଥିଲା । ଖେଳ ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ଶତାଧିକ ଦର୍ଶକଙ୍କ ସମାଗମ ହୋଇଥିଲା କ୍ଷ ଖୁବ ଚମତ୍କାର ଢଙ୍ଗରେ ନିଜର ଶ୍ରେଷ୍ଠତ୍ୱ ଖେଳ ଦେବାକୁ ଚେଷ୍ଟା କରିଥିଲେ ପ୍ରତ୍ୟେକ ଦଳ ଏବଂ ଖେଳାଳି ଓ ଅନୁଷ୍ଠିତ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଚମ୍ପୁଆର ବରିଷ୍ଠ ସାମ୍ବାଦିକ ରଞ୍ଜନ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଯୁବ ସାମ୍ବାଦିକ ତ୍ରିନାଥ ମହାନ୍ତ କଞ୍ଚନପୁର ବିଜେପି ଗ୍ରାମୀଣ ମଣ୍ଡଳ ସଭାପତି ରୋହିତ କୁମାର ପ୍ରଧାନ ଯୋଗ ଦେଇଥିଲେ । ଅତିଥି ମାନଙ୍କ ଦ୍ୱାରା ବିଜୟୀ ଦଳକୁ ପୁରସ୍କାର ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା ଓ ଭଲ ଖେଳାଳି ମାନଙ୍କୁ ବେଷ୍ଟ ସ୍କରର ଓ ବେଷ୍ଟ ଗୋଲରକ୍ଷକ ପୁରସ୍କାର ଦେଇ ଉତ୍ସାହିତ କରାଯାଇଥିଲା । ସାମ୍ବାଦିକ ଶ୍ରୀ ପ୍ରଧାନ ଏବଂ ଶ୍ରୀ ମହାନ୍ତ ଙ୍କ ସମେତ ମଞ୍ଚାସିନ ଅତିଥି ବୃନ୍ଧ ତାଙ୍କର ବ୍ୟକ୍ତବ୍ୟ ସଂକ୍ଷେପରେ ରଖି ଦର୍ଶକ ଏବଂ ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିଲେ ଓ ଖେଳ ମଣିଷକୁ ଶୃଙ୍ଖଳିତ କରିଥାଏ ତେଣୁ ଗ୍ରାମାଞ୍ଚଳରେ ଖେଳ ପଡିଆର ଉନ୍ନତି କରଣ କରି ଖେଳ ଏବଂ ଖେଳାଳିଙ୍କ ଭିତ୍ତିଭୂମି କିପରି ସଦୃଢ଼ କରିହେବ ସେ ବିଷୟରେ ଅତିଥି ମାନେ ଆଲୋକପାତ କରିଥିଲେ ଓ ଏହି ଖେଳକୁ ବଡାମବୁଢା କ୍ଲବ ସଭାପତି ତ୍ରିଲୋଚନ ମୁଣ୍ଡା, ଚକ୍ର ମୁଣ୍ଡା, ଦଶରଥ ମୁଣ୍ଡା, ସୂର୍ଯ୍ୟ ମୁଣ୍ଡା, ଗଣେଶ୍ୱର ମୁଣ୍ଡା, ସୁକରାମ ମୁଣ୍ଡା ପ୍ରମୁଖ ପରିଚାଳନା କରିଥିବାବେଳେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ । ତେବେ ଗ୍ରାମାଞ୍ଚଳରେ ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ପିଲାଙ୍କ ଭିତରେ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରି ପାରିଥିବାରୁ କ୍ଲବ ସଦସ୍ୟ ମାନଙ୍କୁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି ।