ନୂଆଦିଲ୍ଲୀ, ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦର ଅସ୍ଥିର ରହିଛି । ଗତ 24 ଘଣ୍ଟା ମଧ୍ୟରେ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା 85 ଡଲାରରେ ପହଞ୍ଚିଥିବା ବେଳେ ଡବ୍ଲୁଟିଆଇ ଅଶୋଧିତ ବ୍ୟେରେଲ ପିଛା 81 ଡଲାର ଛୁଇଁଛି । କିନ୍ତୁ ସାର୍ବଜନୀନ କ୍ଷେତ୍ରରେ ତୈଳ ଓ ଗ୍ୟାସ ବିତରଣ କମ୍ପାନୀ ପେଟ୍ରୋଲ ଓ ଡିଜେଲ ମୁଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି ।
ଇଣ୍ଡିଆନ ଅଏଲର ୱେବସାଇଟ୍ ମୁତାବକ ମଙ୍ଗଳବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 96.72 ଟଙ୍କା, ଡିଜେଲ ଲିଟର ପିଛା 89.62 ଟଙ୍କା, ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 106.31 ଟଙ୍କା ଓ ଡିଜେଲ ଲିଟର ପିଛା 94.27 ଟଙ୍କା, କୋଲକାତାରେ ପେଟ୍ରୋଲ ଲିଟର ପିଛା 106.03 ଟଙ୍କା ଓ ଡିଜେଲ 92.76 ଟଙ୍କା, ଚେନ୍ନାଇରେ ପେଟ୍ରୋଳ ଲିଟର ପିଛା 102.63 ଟଙ୍କା ଓ ଡିଜେଲ ଲିଟର ପିଛା 94.24 ଟଙ୍କା ରହିଛି ।